କଟକ : ବାଘ ‘ଖଇରୀ’ର ମା’ ଭାବେ ଏକଦା ସାରାବିଶ୍ବରେ ପ୍ରସିଦ୍ଧି ହାସଲ କରିଥିବା ନିହାରନଳିନୀ ସ୍ବାଇଁ (୮୮)ଙ୍କର ପରଲୋକ ଘଟିଛି। କଟକର ସିଦ୍ଧେଶ୍ବର ସାହିରେ ଥିବା ‘ଆଶୀର୍ବାଦ ବୃଦ୍ଧାଶ୍ରମ’ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗୋରକବରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
/sambad/media/post_attachments/wp-content/uploads/2021/12/nihar.jpg)
ସତୁରୀ ଦଶକରେ ବାଘ ଖଇରୀକୁ ନିଜ ସନ୍ତାନ ଭଳି ପାଳନ କରି ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ସ୍ବାମୀ ସରୋଜରାଜ ଚୌଧୁରୀ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ଥିବାବେଳେ ୧୯୭୨ ମସିହାରେ ସେ ଖଇରା ନଦୀ କୂଳରୁ ବାଘ ଛୁଆଟିକୁ ପାଇଥିଲେ। ଖଇରା ନଦୀ କୂଳରୁ ପାଇଥିବା ଏହି ବାଘ ଛୁଆ (ମାଇ)ଟିର ନାମ ସେମାନେ ଖଇରୀ ରଖିବା ସହିତ ତାହାକୁ ଲାଳନପାଳନ କରିଥିଲେ। ଖଇରୀ ବଡ଼ ହୋଇଥିଲେ ବି ତାଙ୍କ ସରୋଜ-ନିହାରନଳିନୀଙ୍କ ସହ ବିତାଉଥିବା ସମୟର ଦୃଶ୍ୟ ସମସ୍ତଙ୍କୁ ଚକିତ କଲା ଭଳି ଥିଲା। କିନ୍ତୁ ୧୯୮୧ରେ ଖଇରୀର ମୃତ୍ୟୁ ଘଟିଥିଲା। ସ୍ବାମୀ ସରୋଜ ରାଜ ଚୌଧୁରୀଙ୍କର ମଧ୍ୟ ସେହି ବର୍ଷ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ସରୋଜନଳିନୀ କଟକ ଚାଲିଆସି ବୃଦ୍ଧାଶ୍ରମରେ ରହୁଥିଲେ।
/sambad/media/post_attachments/wp-content/uploads/2021/12/nihar2.jpg) etvbharat.com
 etvbharat.comତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷକୃତ୍ୟ ସମୟରେ ସାନ ଭାଇ ଶଶିଭୂଷଣ ସ୍ବାଇଁ, ତିନି ପୁତୁରା ଡାନିଏଲ୍, ଗାବ୍ରିଏଲ୍, ସାମୁଏଲ୍, ପୁତୁରା ବୋହୂ ଶ୍ରୀଯା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/pic-1.jpg)
