ଇସ୍ରୋର ଗଗନଯାନ ମିଶନ : ଚୂଡ଼ାନ୍ତ ୪ ଜଣ ମହାକାଶଚାରୀଙ୍କ ମଧ୍ୟରେ ଓଡ଼ିଶାର ନିଖିଳ ରଥ

ଭୁବନେଶ୍ୱର : ଓଡ଼ିଆ ପୁଅ ଓ୍ଵିଙ୍ଗ କମାଣ୍ଡର ନିଖିଲ ରଥ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମାନବ ମହାକାଶ ମିଶନ ଗଗନଯାନରେ ସାମିଲ ହେବା ଏକ ରକମ ନିଶ୍ଚିତ ହୋଇଯାଇଛି । ୨୦୨୨ରେ ହେବାକୁ ଥିବା ଏହି ମିଶନ ପାଇଁ ଚୂଡ଼ାନ୍ତ କରାଯାଇଥିବା ୪ ଜଣ କ୍ରିଉ ସଦସ୍ୟଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ଏ ସଂପର୍କରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଓଡ଼ିଶା ଗର୍ବିତ ବୋଲି କହିଛନ୍ତି ।

ସବୁକିଛି ଯୋଜନା ଅନୁସାରେ ଚାଲିଲେ ସେ ମହାକାଶକୁ ଯିବାରେ ପ୍ରଥମ ଓଡ଼ିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଋଷିଆରେ ତାଲିମ ନେଉଥିବା ଭାରତୀୟ ବାୟୁସେନାର ଗଗନଯାନ ଟିମ ନିକଟରେ ନିଜର ତାଲିମ ଶେଷ କରିଛି । ଏହି ଟିମରେ ଥିବା ନିଖିଳ ନିଜର ତାଲିମ ସଂପୂର୍ଣ୍ଣ କରିଛନ୍ତି ।

ନିଖିଲଙ୍କ ପରିବାର ବଲାଙ୍ଗୀର ସହରର ସୁଦପଡ଼ାରେ ରହନ୍ତି । ୨୦୦୪ ମସିହାରେ ନିଖିଲ ବାୟୁସେନାରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ ଚଣ୍ଡିଗଡ଼ ଏୟାରବେସରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି। ସଂଯୋଗବଶତଃ ତାଙ୍କ ପତ୍ନୀଙ୍କ ନାମ ଗଗନ ରଥ। ଏୟାରଫୋର୍ସର ଅନେକ କଠିନ ମିସନରେ ନିଖିଲ ସାମିଲ ଥିବା ବେଳେ ସଫଳତାର ସହ ତାକୁ ସଂପାଦନ କରି ଅନେକ ବାର ପୁରସ୍କୃତ ମଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର