ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ

ଭୁବନେଶ୍ୱର : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ଦୁଇ ଦିନିଆ ୨୭ତମ ସାମ୍ବିଧାନିକ ସମ୍ମିଳନୀ ଯାଜପୁର ଜିଲ୍ଲାର ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଧ୍ୟାପକ ରବି ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ସମ୍ମାନିତ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଶିକ୍ଷକମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଓଡ଼ିଶାର ଉଚ୍ଚଶିକ୍ଷାରେ ସଙ୍କଟ ଶୀର୍ଷକ ଏକ ସମ୍ପାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଜାତୀୟ ଶିକ୍ଷା ବିକାଶ ମଞ୍ଚର ଅଧ୍ୟକ୍ଷ ପ୍ରଫେସର ବୀରେନ୍ଦ୍ର ନାୟକ ଓ ବିଶ୍ୱ ଶିକ୍ଷକ ସଂଘର ମହାସଚିବ ଅମୀୟ ମହାନ୍ତି ଯୋଗଦେଇଥିଲେ। ସମ୍ମିଳନୀରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଏକ ମୁଖ୍ୟ ସଙ୍କଟ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ। ସମ୍ମିଳନୀର ଦ୍ୱିତୀୟ ଦିବସରେ ଆସନ୍ତା ତିନି ବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ କରାଯାଇଥିଲା। ନୂଆ କର୍ମକର୍ତ୍ତାମାନେ ହେଲେ ସଭାପତି ଅକ୍ଷୟ ମହାପାତ୍ର, ସାଧାରଣ ସମ୍ପାଦକ ଦୁଷ୍ମନ୍ତ ନାୟକ, ଯୁଗ୍ମ ସାଧାରଣ ସଂପାଦକ ଉମାକାନ୍ତ ପାତ୍ର, ସଂଗଠନ ସମ୍ପାଦକ ପ୍ରଣୟାନନ୍ଦ କୁମାର ତ୍ରିପାଠୀ, ଉପ ସଭାପତି ସୁନିଲ ରଥ, ସୁଦର୍ଶନ ପାଣିଗ୍ରାହୀ, ବିଭୂତି ଦାସ, ଦିଲ୍ଲୀପ ନାୟକ, ଗୋଲକ ମହାଭୋଇ, ଯୁଗ୍ମ ସଂପାଦକ ଦିଲ୍ଲୀପ ମିଶ୍ର, ଅଶ୍ୱିନୀ ସୂପକାର, ଦିଲ୍ଲୀପ ରାଉତ, ବାସନ୍ତୀ ଦାସ, ବୃନ୍ଦାବନ ମହାପାତ୍ର, ରତିକାନ୍ତ ବେହେରା ଏବଂ ସହ ସମ୍ପାଦକ ରଞ୍ଜନ କୁମାର ସାହୁ ଓ ପ୍ରମୋଦ ହୋତା। ପୂର୍ବତନ ସଭାପତି ରବି ରାୟ ଓ ପୂର୍ବତନ ସାଧାରଣ ସଂପାଦକ ଅଜୟ ସାମଲ ସଂଗଠନର ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ସମ୍ମିଳନୀରେ ଏକ ହଜାରରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର