ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଗିରଫ ଭୟରେ ଶାଶୂ-ଶ୍ବଶୁର ଛୁ’

କଟକ: ନିକିତାଙ୍କ ମୃତ୍ୟୁ ଘଟଣାରେ ସ୍ବାମୀ ଲିପନ୍‌ ସାହୁ ଗିରଫ ପରେ ଏବେ ପୁଲିସ ଟାର୍ଗେଟ୍‌ରେ ଶାଶୂ-ଶ୍ବଶୁର। ପୁଲିସ ତାଙ୍କୁ ଗିରଫ କରିବାକୁ ଯୋଜନା କରିବାରୁ ସେମାନେ କଟକରୁ ଫେରାର ହୋଇଯାଇଛନ୍ତି। ଓଲଟି ଗିରଫଦାରୀ ଏଡ଼ାଇବା ପାଇଁ ଆଜି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। କମିସନରେଟ୍‌ ପୁଲିସର ଏକ ଟିମ୍‌ ଉଭୟଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ସୂଚନା ମିଳିଛି। ଓଲିଉଡ୍‌ ସିରିଅଲ୍‌ର ଅଭିନେତ୍ରୀ ଲକ୍ଷ୍ମିପ୍ରୀୟା ବେହେରା ଓରଫ ନିକିତାଙ୍କ ଗତକାଲିଠାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଥିବା ବେଳେ ପୁଲିସ ମୃତ୍ୟୁର କାରଣ ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଯାଇଛି। ବାପା ସନାତନ ବେହେରାଙ୍କ ଅଭିଯୋଗ ଆଧାରରେ ଲିପନ୍‌ଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ଶ୍ବଶୁର ଲିଙ୍ଗରାଜ ସାହୁ ଏବ˚ ଶାଶୂ କୁନ୍ତଳା ସାହୁଙ୍କ ବିରୋଧରେ ରୁଜୁ ହୋଇଥିବା ୪୯୮(ଏ) ଏବ˚ ୧୨୦(ବି) ମାମଲାରେ ପୁଲିସ ସେମାନଙ୍କୁ କୌଣସି ମୂହୁର୍ତ୍ତରେ ଗିରଫ କରିବାର ସମ୍ଭାବନା ରହିଛି। ମଙ୍ଗଳବାର ସେମାନଙ୍କୁ ଥାନାରେ ହାଜର ପାଇଁ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ଆସିନଥିଲେ। ଆଜି ବି ପୁଣି ସମାନଧରଣର ପରିସ୍ଥିତି ସୃଷ୍ଟି ହୋଇଛି। ବାଧ୍ୟ ହୋଇ ପୁଲିସ ଟିମ୍‌ ଗଠନ କରାଯାଇ ଉଭୟଙ୍କୁ ଗିରଫ ଯୋଜନା କରୁଥିବା କୁହାଯାଉଛି।

ଲିପନ୍‌ଙ୍କ ଓକିଲ ବିଦ୍ୟାଧର ପ୍ରଧାନ କହିଛନ୍ତି, ହାଇକୋର୍ଟରେ ଆଜି ନିକିତାଙ୍କ ଶ୍ବଶୁର ଲିଙ୍ଗରାଜ ସାହୁ ଏବ˚ ଶାଶୂ କୁନ୍ତଳା ସାହୁଙ୍କ ପାଇଁ ଆଗୁଆ ଜାମିନ ଆବେଦନ କରାଯାଇଛି। ଶାଶୂ-ଶ୍ବଶୁରଙ୍କ ବିରୋଧରେ ଆସିଥିବା ଅପରାଧୀକ ଷଡ଼ଯନ୍ତ୍ର ଏବ˚ ଯୌତୁକ ନିର୍ଯାତନା ଭଳି ଅଭିଯୋଗ ମିଥ୍ୟା। ଅନ୍ୟପଟେ ଲିପନ୍‌ ସାହୁଙ୍କ ଜାମିନ ସେସନ୍ସ ଜଜ୍‌ଙ୍କ କୋର୍ଟରେ ଆସନ୍ତାକାଲି ଆବେଦନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଅନ୍ୟପଟେ ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି, ଶାଶୂ-ଶ୍ବଶୁର ଡରିକି ପଳାଇଥିବା ସନ୍ଦେହ କରାଯାଉଛି। ତାଙ୍କୁ ଖୋଜା ଚାଲିଛି। ସନ୍ଧାନ ମିଳିଲେ ତାଙ୍କୁ ଆଣି ଥାନାରେ ପଚରାଉଚରା କରାଯିବ।

ସମ୍ବନ୍ଧିତ ଖବର