ଆଇଏଏସ୍ ସ୍ତରରେ ଅଦଳବଦଳ : ନିକୁଞ୍ଜ ଧଳ ନୂଆ ରାଜସ୍ବ ସଚିବ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ହଠାତ୍ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ଚନ୍ଦ୍ର େଶଖର କୁମାରଙ୍କୁ ବଦଳି କରିଛନ୍ତି। ତାଙ୍କୁ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ ରାଜସ୍ବ ବିଭାଗର ସଚିବ ଭାବେ ଏଣିକି ନିକୁଞ୍ଜ ବିହାରୀ ଧଳ କାର୍ଯ୍ୟ କରିବେ। ଶ୍ରୀ ଧଳ ଅବକାରୀ ବିଭାଗର ଶାସନ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏଥିସହିତ ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଏକ େଛାଟ ଧରଣର ଅଦଳବଦଳ କରିଛନ୍ତି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାସ୍କର େଜ୍ୟାତି ଶର୍ମାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ସଚିବ ଭାବେ ବଦଳି କରାଯାଇଛି। ଶ୍ରୀ ଧଳ ଏହି ବିଭାଗର ଦାୟିତ୍ବ ଅତିରିକ୍ତ ଭାବେ ତୁଲାଉଥିଲେ। ସେହିଭଳି ବରିଷ୍ଠ ଆଇଏଏସ୍ ଅଫିସର ସଂଗ୍ରାମ ମିଶ୍ର ଅବସର ନେବା ପରଠାରୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ଏ େନଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବନ୍ଧିତ ଖବର