ଭୁବନେଶ୍ବର : ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆଜି ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ସଂସ୍କୃତି ବିଭାଗର ସଚିବ ଥିବା ସୁରେଶ ଚନ୍ଦ୍ର ଦଳାଇଙ୍କୁ ଗତ ୧୨ ତାରିଖରେ ଉତ୍ତରାଞ୍ଚଳ ରାଜସ୍ବ କମିସନର୍ ଭାବେ ବଦଳି କରାଯାଇଥିଲା। ବର୍ତ୍ତମାନ ସଂସ୍କୃତି ନିର୍ଦ୍ଦେଶକ ଥିବା ରଞ୍ଜନ ଦାସଙ୍କୁ ସେହି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବା ପାଇଁ ନିର୍ଦ୍ଦେଶନାମାରେ କୁହାଯାଇଥିଲା। ଗତକାଲି ଶ୍ରୀ ଦାସ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। କିନ୍ତୁ ଦାୟିତ୍ବ ନେବାର ୨୪ ଘଣ୍ଟା ନ ପୂରୁଣୁ ଆଜି ଶ୍ରୀ ଧଳଙ୍କୁ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଶ୍ରୀ ଦାସଙ୍କୁ ଦାୟିତ୍ବ ଦିଆଯିବା ଓ ୨୪ ଘଣ୍ଟା ଭିତରେ ଦାୟିତ୍ବ କାଢ଼ି ନିଆଯିବାକୁ ନେଇ ପାୱାର୍ କରିଡର୍ରେ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Department_of_Culture_and_Science_and_Technology_Department_offices_in_Odisha_secretariat-1.jpg)