ପୁରୀ: ବିଶ୍ୱ ବନ୍ଦିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ରବିବାର ସନ୍ଧ୍ୟାରେ ନୀଳଚକ୍ର ଆଳତୀ ଆରମ୍ଭ ହୋଇ ଯାଇଛି। ସ୍ୱତନ୍ତ୍ର ମଞ୍ଚରୁ ମଠାଧୀଶମାନେ ଏହି ଆଳତୀ କରିଛନ୍ତି। ଏକାଦଶୀ ତିଥିରେ ନୀଳଚକ୍ରଙ୍କୁ ପୂଜାର୍ଚ୍ଚନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଏକାଦଶୀ ତିଥିରୁ ନୀଳଚକ୍ରଙ୍କ ଆଳତୀ ପରଂପରା ଆରମ୍ଭ କରାଯାଇଛି। ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2017/12/jagannath-2-300x225.jpg)
ବଡ଼ଦାଣ୍ଡ ସମ୍ମୁଖରେ ଥିବା ରାଧାବଲ୍ଲଭ ମଠରୁ ଏହି ଆଳତୀର ଆୟୋଜନ କରାଯାଇଥିବା ଜଣାପଡ଼ିଛି। ବଡ଼ଦାଣ୍ଡରୁ ମଠାଧୀଶମାନଙ୍କ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ଥିବା ବେଳେ ଏକ ଭିନ୍ନ ଧରଣର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଘଣ୍ଟ ଧ୍ୱନୀ, ଶଙ୍ଖ ନାଦ ଓ ହରିବୋଲରେ ସିଂହ ଦ୍ୱାର କମ୍ପି ଉଠିଛି। ଶ୍ରୀମନ୍ଦିର ପରିସରରେ ଦୈନନ୍ଦିନ ଲକ୍ଷ ଲକ୍ଷ ଦ୍ୱୀପ ଜଳୁଥିଲେ ମଧ୍ୟ ସିଂହଦ୍ୱାର ସମ୍ମୁଖରେ ହୋଇଥିବା ଆଳତୀପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ବଡ଼ ଉତ୍ସାହ ଦେଖାଯାଇଛି। ଶ୍ରୀଜିଉଙ୍କ ପୂଜାର୍ଚ୍ଚନା ପାଇଁ ଯେମିତି ପରଂପରା ରହିଛି, ସେହିଭଳି ନୀଳଚକ୍ରଙ୍କ ପୂଜାର୍ଚ୍ଚନା ପାଇଁ ମଧ୍ୟ ନିୟମ ରହିଛି।
ନୀଳଚକ୍ର ଆଳତୀ ପାଇଁ କିଛି ଦିନ ତଳେ ଏକ ବୈଠକ ଅନୁଷ୍ଠିତ ଯାଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଦୀପଦାନ ପାଇଁ ନୀଳଚକ୍ର କମିଟିର ଅନୁରୋଧ କରିଛି। ନୀଳଚକ୍ର ଆଳତୀ ପାଇଁ ଶ୍ରୀମନ୍ଦିର ସେମିତି କିଛି ସ୍ୱତନ୍ତ୍ର ପରଂପରା ନଥିଲେ ମଧ୍ୟ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନିଆରା ଅନୁଭୂତି ଆଣିଛି। ଏହି ଆଗାମୀ ଦିନରେ ମଧ୍ୟ ଜାରି ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kanak.jpg)