ନୀଳାଚଳ ଇସ୍ପାତ: ଅନିଶ୍ଚିତତାର ଅନ୍ତ କେବେ?

ଭୁବନେଶ୍ବର : ଦେଶର ଇସ୍ପାତ ରାଜଧାନୀ ଯାଜପୁର ଜିଲ୍ଲାର କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମରୁ ଶତ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟ୍‌ ଗତ ଜାନୁଆରି ୮ରେ ନିଷ୍ପତ୍ତି ନେବାର ୩ ମାସ ନଯାଉଣୁ କାରଖାନା ବନ୍ଦ। କଞ୍ଚାମାଲ ଯୋଗାଣ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ଏକଚାଟିଆ ଅଧିକାର ପାଇଥିବା କମ୍ପାନିର ମୁଖ୍ୟ ଅ˚ଶୀଦାର କେନ୍ଦ୍ରୀୟ ଉଦ୍ୟୋଗ ମିନେରାଲ୍ସ ଆଣ୍ତ ମେଟାଲ୍ସ ଟ୍ରେଡ଼ି˚ କର୍ପୋରେସନ୍‌ (ଏମ୍‌ଏମ୍‌ଟିସି) ଗଚ୍ଛିତ ଉତ୍ପାଦକୁ ବିକ୍ରି କରୁନାହିଁ କି ଦୈନନ୍ଦିନ ପରିଚାଳନା ଲାଗି ଅର୍ଥ ଦେଉ ନାହିଁ। ଅର୍ଥାଭାବରୁ ଏଥିରେ କାର୍ଯ୍ୟରତ ୧୫୦୦ ହଜାର ସ୍ଥାୟୀ ଓ ୩୫୦୦ ଅସ୍ଥାୟୀ କର୍ମଚାରୀ ଗତ ଫେବ୍ରୁଆରିରୁ ଏ ପର୍ଯ୍ୟନ୍ତ ପାଖାପାଖି ବର୍ଷେ ଧରି ଦରମା ନପାଇ ହାହାକାରରେ।

ଉଭୟ ଆର୍ଥିକ ଓ ମାନସିକ ଚାପରେ କାରଖାନାର ୫ ଜଣ କର୍ମଚାରୀ ଆତ୍ମହତ୍ୟା କରିଥିବା ନୀଳାଚଳ ନିର୍ବାହୀ ସ˚ଘର ସ˚ପାଦକ ଅଜିତ କୁମାର ପ୍ରଧାନ ହାଇକୋର୍ଟରେ ଦାଏର କରିଥିବା ମାମଲାରେ ଉଲ୍ଲେଖ କରିଛନ୍ତି। କର୍ମଚାରୀଙ୍କ ବ୍ୟତୀତ କାରଖାନା ଉପରେ ପରୋକ୍ଷ ନିର୍ଭରଶୀଳ ୧୦ ହଜାରରୁ ଅଧିକ ପରିବାରର ଜୀବନ-ଜୀବିକା ମଧୢ ବିପନ୍ନ। କାରଖାନାର କିଛି ସ୍ଥାୟୀ କର୍ମଚାରୀଙ୍କୁ ଛତିଶଗଡ଼ ଜଗଦଲପୁରସ୍ଥିତ ଏକ କେନ୍ଦ୍ରୀୟ ଉଦ୍ୟୋଗକୁ ଡେ଼ପୁଟେସନ୍‌ରେ ପଠାଇବାକୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହା ମଧୢ ଫେଲ୍‌ ମାରିଛି। କାରଣ ସେଠାକାର କର୍ମଚାରୀମାନେ ବିରୋଧ କରିବାରୁ ସେମାନେ ଯୋଗଦେଇ ନପାରି ଫେରି ଆସିଛନ୍ତି। ମୋଟାମୋଟି ଭାବେ ନିଳାଚଳ ଇସ୍ପାତ କାରଖାନାକୁ ଚାଲୁ ରଖିବାକୁ ବିଭିନ୍ନ ସ୍ତରରେ ଦାବି ହେଉଥିଲେ ମଧୢ ସମାଧାନର ରାସ୍ତା ଫିଟୁ ନାହିଁ। ଅପର ପକ୍ଷରେ ଏହି ଯୁଗ୍ମ ଉଦ୍ୟୋଗର ବିକ୍ରି ପ୍ରକ୍ରିୟା ମଧୢ ଆରମ୍ଭ ହୋଇ ନାହିଁ। ଆଗାମୀ ୨୦୩୦ ସୁଦ୍ଧା ଦେଶ ୩୦ କୋଟି ଟନ୍‌ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଓଡ଼ିଶାରୁ ୧୦ କୋଟି ଟନ୍‌ ଉତ୍ପାଦନର ଖସଡ଼ା ପ୍ରସ୍ତୁତ କରିଥିଲେ କେନ୍ଦ୍ର ସରକାର। ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକମାତ୍ର ମିଳିତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ୧୦ ମାସ ଧରି ସମ୍ପୂର୍ଣ୍ଣ ଅଚଳ ରହିବା ସା˚ଘାତିକ ବିଡ଼ମ୍ବନା ବ୍ୟତୀତ ଅନ୍ୟ କିଛି ହୋଇ ନପାରେ।

ସମ୍ବନ୍ଧିତ ଖବର