କଳିଙ୍ଗନଗରରେ ମାତିଛନ୍ତି ସ୍କ୍ରାପ୍‌ ମାଫିଆ; ଆକ୍ରମଣରେ ନୀଳାଚଳ ସୁରକ୍ଷାକର୍ମୀ ଆହତ, ଗାଡ଼ି ଭାଙ୍ଗିଲା

ଯାଜପୁର : କଳିଙ୍ଗନଗର ଶିଳ୍ପାଞ୍ଚଳ ଏବେ ସ୍କ୍ରାପ୍‌ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। କଳିଙ୍ଗନଗର ଥାନା ପୁଲିସର ସ୍ଥାଣୁତା ମାଫିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ଗତକାଲି ମଧ୍ୟରାତିରେ ୪୦/୫୦ଜଣ ଡକାୟତ ପାଚେରି ଡେଇଁ ନୀଳଚଳ କାରଖାନା ପରିସରରୁ ସ୍କ୍ରାପ୍‌ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ। ସ୍ବଳ୍ପ ସଂଖ୍ୟକ ସୁରକ୍ଷାକର୍ମୀ ବିରୋଧ କରି ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ସେମାନେ ପାଲଟା ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ବାଡ଼େଇ ଚୂରମାର କରି ଦେଇଥିଲେ। ଡକାୟତଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ଆହତ ହୋଇଥିବାର କଳିଙ୍ଗନଗର ଥାନାର ଏତଲା ଦେଇଛନ୍ତି।

ଦୁର୍ବୃତ୍ତମାନେ ସଂଘବଦ୍ଧ ହୋଇ ଗତକାଲି ମଧ୍ୟରାତ୍ରରେ ବାରଗାଡ଼ିଆ ପାର୍ଶ୍ବ ଭଙ୍ଗା ପାଚେରି ଡେଇଁ କାରଖାନା ପରସରକୁ ପ୍ରବେଶ କରିଥିଲେ। ଫେରୋ ସ୍କ୍ରାପ୍‌ ୟାର୍ଡରେ ଥିବା ଲୁହାକୁ ଚୋରି କରିବାକୁ ଉଦ୍ୟମ କରିଥିଲେ। ଦରମା ମିଳୁ ନଥିବାରୁ କାରଖାନାରେ କାର୍ଯ୍ୟରତ ୨୦୨ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ମାତ୍ର ୧ଶହ ଜଣ ଡ୍ୟୁଟି କରୁଛନ୍ତି। ଫଳରେ ପ୍ରତିଦିନ ଲକ୍ଷଲକ୍ଷ ଟଙ୍କାର ସ୍କ୍ରାପ୍ ଚୋରି ହେଉଛି। ଏନେଇ ଅଧିକାରୀ ଜାଣି ମଧ୍ୟ ନିରବ ରହୁଛନ୍ତି। କେତେକ ଧଳାହାତୀଙ୍କ ପାଇଁ ସରକାରୀ ଉଦ୍ୟୋଗ ନୀଳାଚଳ କାରଖାନାରେ ତାଲାପଡ଼ିଲା। ଏବେ କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ବନ୍ଦ କାରଖାନାରୁ ନିୟମିତ ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍‌ ହେବାରେ ଲାଗିଛି। ଏହାକୁ ନେଇ କର୍ମଚାରୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର