ବାରିପଦା: ୨ୟଶ୍ରୀକ୍ଷେତ୍ର ବାରିପଦାରେ ତିନିଠାକୁରଙ୍କ ରତ୍ନସିଂହାସନ ବିଜେ ନେଇ ଉପୁଜିଥିବା ଦ୍ବନ୍ଦ୍ବର ଏକପ୍ରକାର ଅବସାନ ଘଟିଛି କହିଲେ ଚଳେ। ଚଳିତ ବର୍ଷ ଶ୍ରୀହରିବଳଦେବଜୀଉ ପୀଠରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନରୁ ଓହ୍ଲାଇ ଆସିଥିଲେ। ରଥଯାତ୍ରା ପୂର୍ବରୁ ଅଣସର ପର୍ବ ଏବଂ ନେତ୍ରୋତ୍ସବ ଭଳି ରୀତିନୀତିର ଅନୁପାଳନ ହୋଇଥିଲା। ମାତ୍ର ରଥଯାତ୍ରା ଅନୁଷ୍ଠିତ ହୋଇନଥିଲା। ତେଣୁ ତିନି ଠାକୁରଙ୍କ ରତ୍ନ ସିଂହାସନ ବିଜେ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। କାଳିଆ ଠାକୁର ତାଙ୍କ ଭାଇ ଏବଂ ଭଉଣୀଙ୍କ ସହିତ ଆସନ୍ତା ବର୍ଷ ରଥଯାତ୍ରା ପର୍ଯ୍ୟନ୍ତ ଭଦ୍ର ସିଂହାସନରେ ବସି ରହିବା ଭଳି ସ୍ଥିତି ଉପୁଜିଥିଲା। ସେବାୟତମାନେ ମଧ୍ୟ ତିନି ଠାକୁରଙ୍କୁ ନିଳାଦ୍ରୀବିଜେ କରିବାକୁ ଅମଙ୍ଗ ହୋଇଥିଲେ।

Advertisment

ତେବେ ଶ୍ରୀକ୍ଷେତ୍ରରୁ ଏହାର ସମାଧାନର ବାଟ ବାହାରିଛି। ନିଷ୍କର୍ସ ଅନୁସାରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ସେବାୟତମାନେ ଗୁପ୍ତନିତୀ କରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀବିଜେ କରିବେ। ଏହି ସମସ୍ୟାର ସମାଧାନ ନିମ‌ନ୍ତେ ବାରିପଦା ଦେବତ୍ତୋର ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ସହିତ ସେବାୟତଙ୍କ ଆଲୋଚନା ପରେ ସେବାୟତଙ୍କର ଏକ ପ୍ରତିନିଧି ଦଳ ଶ୍ରୀ‌କ୍ଷେତ୍ର ପୁରୀ ଗସ୍ତ କରିଥିଲେ। ବିଭିନ୍ନ ବିଭାଗର ନିଯୋଗ ମାନଙ୍କ ସହ ଆଲୋଚନା କରି ନିତୀ ନିର୍ଦ୍ଦେଶ ମାଗିଥିଲେ ।

ପୁରୀରୁ ମିଳିଥିବା ନିତୀ ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ସମସ୍ତ ସେବାୟତ ହବିଷ କରି ରାତିରେ ମନ୍ଦିର ଭିତରେ ମହାପ୍ରଭୁଙ୍କ ଧ୍ୟାନରେ ରହିବେ । ଶୁକ୍ରବାର ବ୍ରାହ୍ମ ମୂହୁର୍ତରୁ ମହାପ୍ରଭୁଙ୍କ ଗୁପ୍ତ ନିତୀ ଚାଲିବ । ଏହି ଗୁପ୍ତ ନିତୀ ସମୟରେ ଭକ୍ତ ତଥା ଜନସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିବ। ଏହାପରେ ତିନି ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯିବ। ଗୁପ୍ତନିତୀ ପରେ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରାଯିବା ପରେ ଠାକୁରମାନଙ୍କର ନିଳାଦ୍ରୀ ବିଜେ ହେବା ନେଇ ସୂଚନା ଦେଇଛନ୍ତି ସେବାୟତ କାମେଶ୍ୱର ତ୍ରିପାଠୀ।

publive-image

ଚଳିତ ବର୍ଷ ବହୁ ପୂର୍ବରୁ ସରକାର ରଥଯାତ୍ରା ବନ୍ଦ ନିଷ୍ପତ୍ତି ନେଇଥିଲେ। ସେବାୟତମାନେ ଶାସ୍ତ୍ର ବହି ତର୍ଜମା କରିବା ପରେ ମହାପ୍ରଭୁ ଅଣସର ଗୃହରୁ ସୁସ୍ଥ ହୋଇ ବାହାରିବା ପରେ ନେତ୍ରୋତ୍ସବ ପୂଜା ହୋଇଥାଏ । ଏହାପରେ ମହାପଭୁ ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିର ବା ଜନ୍ମବେଦୀକୁ ବିଜେ କରିଥାନ୍ତି । ସେଠାରେ ୭ ଦିନ ରହଣି ପରେ ପୁଣି ରଥାରୁଢ଼ ହୋଇ ମନ୍ଦିରକୁ ଫେରିବା ପରେ ରତ୍ନସିଂହାସନକୁ ନିଳାଦ୍ରି ବିଜେ କରିଥାଆନ୍ତି । ଚଳିତ ବର୍ଷ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇନଥିବା ବେଳେ, ଠାକୁର ମାନେ ନାଟମଣ୍ଡପରେ ବର୍ଷେ ଧରି ରହିବାର ଆଶଙ୍କା ଦେଖା ଯାଇଥିଲା। ଏହି କାରଣରୁ ପବିତ୍ର ଶ୍ରୀଗୁଣ୍ଡିଚାରେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରାର କୌଣସି ନୀତିକାନ୍ତି ହୋଇନଥିଲା। ମନ୍ଦିର ବେଢ଼ାରେ ପରମ୍ପରା ଅନୁଯାୟୀ ରୀତିନୀତି ପାଳନ ଶାସ୍ତ୍ର ସମ୍ମତ ନୁହେଁ କହି ପ୍ରଶାସନର ପରାମର୍ଶକୁ ପ୍ରତ୍ୟାଖାନ କରିଥିଲେ ସେବାୟତବୃନ୍ଦ। ଏହି ଦ୍ବନ୍ଦ୍ବର ଅବସାନ ପରେ ଭକ୍ତ ସମାଜରେ ଖୁସିର ବାତାବାରଣ ଦେଖାଯାଇଛି।