ଭୁବନେଶ୍ବର/ନୀଳଗିରି : ବିଜେଡିର ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳୀୟ ନେତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ନିଜର ଇସ୍ତଫା ପତ୍ର ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଶ୍ରୀ ନାୟକ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ନୀଳଗିରି ନିର୍ବାଚନ ମଣ୍ଡଳୀରେ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ରଚନା କରାଯାଇଛି। ୨୦୧୪ ନିର୍ବାଚନରେ ୧୩ ହଜାର ଭୋଟରେ ହାରିଥିବା ପ୍ରାର୍ଥୀଙ୍କୁ ତାଙ୍କୁ ନଜଣାଇ ବିଜେଡିରେ ସାମିଲ କରାଗଲା। ସାଂଗଠନିକ ଜିଲ୍ଲା ସ୍ତରରେ ଅନେକ କାର୍ଯ୍ୟକ୍ରମରେ ବି ତାଙ୍କୁ ସାମିଲ କରାଯାଉନି କି ପଚରାଯାଉନି। ବିଜେଡି ସାଂଗଠନିକ ଜିଲ୍ଲା ସଭାପତି ତାଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା କଥା ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଯେଉଁଥିପାଇଁ ସେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା କଥା କହିଛନ୍ତି। କିନ୍ତୁ ୨୦୧୪ରେ ତାଙ୍କୁ ନୀଳଗିରି ଟିକେଟ ଦେଇ ବିଧାୟକ ହେବାର ସୁଯୋଗ ଦେଇଥିବା ନବୀନ ପଟ୍ଟନାୟକଙ୍କୁ ଶ୍ରୀନାୟକ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ନାୟକ ବିେଜପିରେ ଯୋଗ ଦେଇପାରନ୍ତି େବାଲି ଚର୍ଚ୍ଚା ଚାଲିଛି।
ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
/sambad/media/post_attachments/wp-content/uploads/2019/03/MLA-Resignation.jpg)