ନୀଳଗିରି: ଠିକଣା ସମୟରେ ଆମ୍ବୁଲାନ୍ସ୍ ନ ଆସିବାରୁ ପ୍ରସବ ବେଦନା ସହି ନ ପାରି ଶନିବାର ରାତିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।
ଗତ ରାତି ପ୍ରାୟ ୮ ସମୟରେ ନୀଳଗିରି ଥାନା ଅଧୀନସ୍ଥ କାଂଶ ପଞ୍ଚାୟତ ଅନ୍ତର୍ଗତ କାଂଶ ଗ୍ରାମର ସଞ୍ଜୟ ନାୟକଙ୍କ ପତ୍ନୀଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ସେ ତାଙ୍କୁ ଡାକ୍ତରଖାନା ନେବା ଲାଗି ବରମପୁର, ନୀଳଗିରି ଏବଂ ରେମୁଣାରେ ଥିବା ଡାଏଲ୍ ୧୦୨ ଆମ୍ବୁଲାନ୍ସ୍ ସେବା ଫୋନ୍ କଲେ ସୁଦ୍ଧା ରାତି ୧୨ଟା ଯାଏଁ କୌଣସି ଆମ୍ବୁଲାନ୍ସ୍ ପହଞ୍ଚି ପାରି ନ ଥିଲା। ପରେ ସେ ବାଲେଶ୍ୱରର ଡାଏଲ୍ ୧୦୮ ଆମ୍ବୁଲାନ୍ସ୍ ସହାୟତା ଲାଗି ଫୋନ୍ କରିଥିଲେ। ତାହା ଆସି ପହଞ୍ଚିଲା ପରେ ରାତି ପ୍ରାୟ ୧୨: ୪୫ ମିନିଟ୍ରେ ପହଞ୍ଚିବା ପରେ ୨୫ ବର୍ଷୀୟ ପତ୍ନୀ ବାସନ୍ତୀଙ୍କୁ ଧରି ସଞ୍ଜୟ ଧରି ରାତି ୧; ୩୦ ମିନିଟ୍ରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ।
ସେଠାରେ ତାଙ୍କର ମୃତ୍ୟୁ ଘଟିବା ପରେ ଡାକ୍ତରଖାନା ପରିସରେ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ଉତ୍ତେଜନା ଦେଖା ଦେଇଛି।