ଭୁବନେଶ୍ୱର : ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିଧାନସଭା ହୁଲୁସ୍ତୁଲୁ ହୋଇଥିଲା ବେଳେ ଶାସକ ଦଳର ବିଧାୟକଙ୍କ ଆଡ଼କୁ ଆଙ୍ଗୁଠି ଉଠିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମ୍ପର୍କୀୟ ହୋଇଥିବାରୁ ପୁଲିସ୍ ଏଥିରେ କୋହଳ ହେଉଛି ବୋଲି ବିଜେପି ବିଧାୟକ ଗୋବିନ୍ଦ ଦାସ ଆରୋପ ଲଗାଇଛନ୍ତି। ଫଳରେ ଏହି ଘଟଣାରେ ରାଜନୈତିକ ତାତି ଦେଖିବାକୁ ମିଳିଛି। ତେବେ ଆରୋପକୁ ବିଧାୟକ ଶ୍ରୀ ନାୟକ ଖଣ୍ଡନ କରିଛନ୍ତି।
ଆଜି ବିଜେପି ବିଧାୟକ ଶ୍ରୀ ଦାସ ଗଣମାଧ୍ୟମକୁ କହିଥିଲେ, ବିଜେଡି ବିଧାୟକ ସୁକାନ୍ତ ନାୟକଙ୍କ ଜଣେ ପୁତୁରା ଏଥିରେ ସଂପୃକ୍ତ ଥିବାରୁ ପୁଲିସ୍ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛି। ଶାସକ ଦଳ ପୁଲିସ୍ ଉପରେ ଚାପ ପକାଉଛି। ସେଥିପାଇଁ ଶାସକ ଦଳ ଏହି ଘଟଣାରେ ଚୁପ୍ ରହୁଛି ଓ ବିଧାନସଭାରେ ଆଲୋଚନାକୁ ଡରୁଛି। ଶ୍ରୀ ଦାସଙ୍କ ଏହି ବିବୃତି ପରେ ବିଜେଡି ଅଡ଼ୁଆରେ ପଡ଼ିଯାଇଥିଲା। ବିଧାୟକ ଶ୍ରୀ ନାୟକଙ୍କୁ ତୁରନ୍ତ ନିଜ ପକ୍ଷ ଗଣମାଧ୍ୟମରେ ରଖିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା। ଶ୍ରୀ ନାୟକ କହିଥିଲେ, ମୁଁ ଗଣମାଧ୍ୟମରୁ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଲି। ପୁଲିସ୍ ଘଟଣାର ତଦନ୍ତ କରୁଛି ଓ ଆଇନ୍ ତା’ ବାଟରେ ଯିବ। ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ କୌଣସି ପ୍ରକାର ଚାପ ପଡ଼ୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Nilgiri-Nabalika-Dharasan-Ghatana-re-Asami-giraf.jpg)