ଭୁବନେଶ୍ବର : ‘ନୀଳମଣି ରାଉତରାୟ ଫାଉଣ୍ଡେସନ୍’ ପକ୍ଷରୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମ ଶତବାର୍ଷିକୀ ଆଜି ପାଳିତ ହୋଇଯାଇଛି। ଏଜି ଛକଠାରେ ଥିବା ତାଙ୍କ ପ୍ରତିମୂର୍ତି ନିକଟରେ ଉପସ୍ଥିତ ରହି ବିଭିନ୍ନ ରାଜନେତା ନିରାଡ଼ମ୍ବରରେ ଏହା ପାଳନ କରିଛନ୍ତି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତ, ବିଜୟ ମହାପାତ୍ର, ବରିଷ୍ଠ ରାଜନେତା ନେତା ଶ୍ରୀକାନ୍ତ ଜେନା, ପ୍ରଫୁଲ୍ଲ ଘଡ଼େଇ, ପ୍ରସନ୍ନ ପାଟ୍ଟଶାଣୀ, ସୁରେଶ କୁମାର ରାଉତରାୟ, ନାରାୟଣ ରେଡ୍ଡି, ପ୍ରଭାତ ତ୍ରିପାଠୀ, ଅଶୋକ ପଣ୍ଡା, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ଅରୂପ ପଟ୍ଟନାୟକ, ରବି ନାରାୟଣ ପାଣି, ପଞ୍ଚାନନ କାନୁନ୍ଗୋ, ଦେବାଶିଷ ନାୟକ, ଉମେଶ ସ୍ବାଇଁ, ନରେନ୍ଦ୍ର ପ୍ରଧାନ, ରୋହିତ ପୂଜାରୀ, ବ୍ୟୋମକେଶ ରାୟ, ପ୍ରଶାନ୍ତ ଜଗଦ୍ଦେବ, ପ୍ରିୟଦର୍ଶୀ ମିଶ୍ର, ସଂଜୀବ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ର ପ୍ରସାଦ ପାଢ଼ୀ, ରବୀନ୍ଦ୍ର ସାମଲ, ଅସିତ ପଟ୍ଟନାୟକ, ରାକେଶ ଦୀକ୍ଷିତ, ଚିତ୍ତ ମହାପାତ୍ର, ବିକାଶ ଗିରି, ବିଜୟ ମହାନ୍ତି, ସାରଦା ଦେବତା, ସମରେନ୍ଦ୍ର ସାହୁ , ସ୍ବର୍ଗତ ରାଉତରାୟଙ୍କ ପୁତ୍ର ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ନାତି ତଥା ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ତାଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ନୀଳମଣି ରାଉତରାୟଙ୍କ ଜନ୍ମଶତବାର୍ଷିକୀ ପାଳିତ
/sambad/media/post_attachments/wp-content/uploads/2020/05/m19-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)