ସ୍ୱାଧୀନତା ସଂଗ୍ରାମୀ କଲ୍ୟାଣ କମିଟି ସଦସ୍ୟ ହେଲେ ନୀଳମଣି ସାମଲ

ଚଣ୍ଡିଖୋଲ : କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ କଲ୍ୟାଣ କମିଟି ଗଠନ କରାଯାଇଛି। ଏହି କମିଟିର ସଦସ୍ୟ ଭାବେ ବଡ଼ଚଣା ବ୍ଲକ୍‌ ବାଲିପଡ଼ିଆ ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ମନୋନୀତ କରାଯାଇଛି। କମିଟିର ଅଧ୍ୟକ୍ଷ ଭାବେ ନୂଆଦିଲ୍ଲୀର ଅଜୟ କୁମାର ମିଶ୍ର, ସଦସ୍ୟ ଭାବେ ଓଡ଼ିଶାର ଶ୍ରୀ ସାମଲଙ୍କ ସମେତ ଗୋଆର ସ୍ୱାଧୀନତା ସଂଗ୍ରାମୀ ଗୁରୁଦାସ ନାରାୟଣ କୁଣ୍ଡି ଓ ଅହମଦନଗରର ସଂଗ୍ରାମୀ ପଣ୍ଡୁରାଜ ଗଣପତି ସିଦ୍ଧଙ୍କୁ ଗୃହ ବିଭାଗ ମନୋନୀତ କରିଛି।

ଏଥିପାଇଁ ଶ୍ରୀ ସାମଲଙ୍କୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କଂଗ୍ରେସ ନେତା ରାଜନାରାୟଣ ମହାପାତ୍ର, ବୌଦ୍ଧ ଗବେଷକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଦାୟାଦ କମିଟି ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ସରପଞ୍ଚ କିଶୋର ଚନ୍ଦ୍ର ବେହୁରା ଓ ପୂର୍ବତନ ସରପଞ୍ଚ ଅନିରୁଦ୍ଧ ସାମଲ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର