ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ

ନୀଳଗିରି: ତହସିଲଦାରଙ୍କ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଧାରଣାରେ ବସିଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସାଢ଼େ ଆଠଟା ସମୟରେ ତହସିଲଦାର ସୁଶ୍ରିତା ଟୁଡ଼ୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା ଜେପିସି ଲଗାଇ କଚେରି ହତା ଭିତରେ ଥିବା ମୋହରିର ଏବଂ ଆଇନଜୀବୀମାନଙ୍କର ଘରଗୁଡ଼ିକୁ ଭାଙ୍ଗୁଥିବା ବେଳେ ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ସେଠାରେ ପହଞ୍ଚିଥିଲେ।

ଏହି ଘଟଣାକୁ ନେଇ ବିଧାୟକ ସୁକାନ୍ତ କୁମାର ନାୟକ ଏବଂ ତହସିଲଦାର ସୁଶ୍ରିତା ଟୁଡ଼ୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ବିଧାୟକ ସୁକାନ୍ତ କୁମାର ନାୟକ କହିଥିଲେ ଯେ ପ୍ରଥମେ ମୋହରିର ଏବଂ ଆଇନଜୀବୀମାନଙ୍କୁ ଥଇଥାନ କରାଯିବ ଏବଂ ତାପରେ ସେହି ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ମନ୍ତ୍ରୀ, ଜିଲ୍ଲାପାଳଙ୍କ ସହ ସେ କଥା ହୋଇଥିଲେ। କିନ୍ତୁ ହଠାତ୍ କାହାରିକୁ ନ ଜଣାଇ କାହିଁକି ଏଭଳି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଥିଲେ।

Image result for sukanta kumar nayak
image source-twitter

ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ସୁଶ୍ରିତା ଟୁଡ଼ୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା ବିଧାୟକ ସୁକାନ୍ତ କୁମାର ନାୟକଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଜଣାଯାଇଛି। ଏହାର ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଧାରଣାରେ ବସିଥିବା ଜଣାଯାଇଛି।ଏଣେ ମୋହରିର ଏବଂ ଆଇନଜୀବୀମାନେ ମଧ୍ୟ ଏହାର ପ୍ରତିବାଦ କରି ତହସିଲ ଅଫିସରେ ତାଲା ପକାଇ ଧାରଣା ଦେଇଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର