ନୀଳଗିରି ବିଧାୟକ ସୁକାନ୍ତ ନାୟକ ଅସୁସ୍ଥ: ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଅସୁସ୍ଥ ହୋଇଛନ୍ତି। ନିଜ ଗାଁ ନୀଳଗିରି ପୁନ୍ଦାଳରେ ଥିବାବେଳେ ରବିବାର ସକାଳେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ପ୍ରତି ସେ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି।

ବିଧାୟକ ଅସୁସ୍ଥ ଖବର ପାଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଅକ୍ଷୟ ଆଚାର୍ଯ୍ୟ, ବିଜେଡ଼ି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କର ଆଶୁଆରୋଗ୍ୟ କାମନା କରାଯାଇଛି।

ସମ୍ବନ୍ଧିତ ଖବର