ଭୁବନେଶ୍ବର : ନୀଳଗିରି ନାବାଳିକା ମୃତ୍ୟୁ ଘଟଣାରେ ବିସ୍ତୃତ ତଥ୍ୟ ସଂଗ୍ରହ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଗୋଟିଏ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି ଗଠିତ ହୋଇଛି। ଏହି କମିଟିରେ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ା, ପ୍ରଜ୍ଞା ପାରମିତା ମହାନ୍ତି, ଅର୍ଚ୍ଚନା ନନ୍ଦୀ, ମନୋଜା ମଞ୍ଜରି ଦେବୀ ଓ ମମତା କୁଣ୍ଡୁ ସଦସ୍ୟା ଅଛନ୍ତି। ଏହି କମିଟି ତୁରନ୍ତ ଘଟଣାସ୍ଥଳ ଗସ୍ତ କରି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସକୁ ପ୍ରଦାନ କରିବ। ଗସ୍ତ କାର୍ଯ୍ୟକ୍ରମ ସମୟରେ କମିଟି ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ସୂଚନା ଦେଇପାରିବ। ବାଲେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ଏହି ତଥ୍ୟ ଅନୁଧ୍ୟାନକାରୀ ଦଳକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ନୀଳଗିରି ନାବାଳିକା ମୃତ୍ୟୁ ଘଟଣା : ପିସିସି ପକ୍ଷରୁ ତଥ୍ୟ ଅନୁଧ୍ୟାନ କମିଟି ଗଠିତ
/sambad/media/post_attachments/wp-content/uploads/2020/10/dead-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)