ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଅସୁସ୍ଥ ହୋଇଛନ୍ତି। ଶନିବାର ସନ୍ଧ୍ୟା ବେଳେ ହଠାତ୍‌ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା। ଫଳରେ ଶ୍ରୀ ନାୟକଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅତ୍ୟଧିକ ଗରମରେ ରକ୍ତଚାପ ବଢ଼ିବା ଯୋଗୁ ଶ୍ରୀ ନାୟକ ଅସୁସ୍ଥ ହୋଇପଡ଼ିଥିବା ଡାକ୍ତର ପ୍ରକାଶ କରିଥିଲେ। ତେବେ ଚିକିତ୍ସା ପରେ ଶ୍ରୀ ନାୟକଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା। ଫଳରେ ସେ ବାଲେଶ୍ବର ଡାକ୍ତରଖାନାରୁ ପଳାଇ ଆସି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ‌ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।