ଧରାପଡ଼ିଲେ ନିମାପଡ଼ା ଉଦ୍ୟାନ ଅଧିକାରୀ, ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ନିମାପଡ଼ା : ନିମାପଡ଼ା ଉଦ୍ୟାନ ବିଭାଗ ଅଧିକାରୀ ରମାକାନ୍ତ ପରିଡ଼ା ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ଝରଣା ସାମନ୍ତରାୟ ନାମ୍ନୀ ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଛି। ପନିପରିବା ଉତ୍ପାଦନକୁ ଗଚ୍ଛିତ ରଖିବା ପାଇଁ ପ୍ୟାକ୍‌ ହାଉସ୍‌ ନିର୍ମାଣ ପାଇଁ ଏବେ କୃଷି ବିଭାଗ ୩ ଲକ୍ଷ ଟଙ୍କା ଅନୁଦାନ ଦେଉଛି। ଏହି ଯୋଜନାରେ ୫୦ ପ୍ରତିଶତ ଅର୍ଥ ଛାଡ଼ କରାଯାଉଛି।

ମିଳିଥିବା ସୂଚନାରୁ ପ୍ରକାଶ, ନିମାପଡ଼ା ବ୍ଲକ୍‌ କୋଟକୋଶାଙ୍ଗ ପଞ୍ଚାୟତ ଅନ୍ତର୍ଗତ କାଜିପୁର ଗ୍ରାମର ଝରଣା ସାମନ୍ତରାୟ ପ୍ୟାକ୍‌ ହାଉସ ନିର୍ମାଣ କରିବା ପାଇଁ ବାରମ୍ବାର ଉଦ୍ୟାନ ବିଭାଗ ଅଫିସକୁ ଦୈାଡ଼ିଥିଲେ। ୧୦ ହଜାର ଟଙ୍କା ଦେଲେ ପ୍ୟାକ୍‌ ହାଉସ କରାଇ ଦେବା ପାଇଁ ସହକାରୀ ଉଦ୍ୟାନ ଅଧିକାରୀ ରମାକାନ୍ତ ପରିଡ଼ା କହିବା ପରେ ଆଜି ଝରଣା ଟଙ୍କା ଦେଉଥିବା ବେଳେ ଭିଜିଲାନ୍‌ସ ବିଭାଗ ହାତରେ ଧରାପଡ଼ିଥିଲେ। ରମାକାନ୍ତ ମନରେଗା ଯୋଜନାରେ ନଡ଼ିଆ ଗଛ ଲଗାଇବା ପାଇଁ ଲୋକମାନଙ୍କ ଠାରୁ ପ୍ରଚୁର ପରିମାଣରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଜଣେ ପୂର୍ବତନ ସମିତି ସଭ୍ୟଙ୍କ ଠାରୁ ଏକ ଲକ୍ଷ ଟଙ୍କା ଠକିନେଇଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର