ଜେଲ୍ ଗଲେ ନିମାପଡ଼ା ଉଦ୍ୟାନ ଅଧିକାରୀ, ଘରେ ଚଢ଼ଉ କଲା ଭିଜିଲାନ୍ସ

ଭୁବନେଶ୍ବର : ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ନିମାପଡ଼ା ଉଦ୍ୟାନ ବିଭାଗ ଅଧିକାରୀ ରମାକାନ୍ତ ପରିଡ଼ା ଜେଲ୍ ଯାଇଛନ୍ତି। ଆଜି ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରା ଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ରମାକାନ୍ତଙ୍କ ଖୋର୍ଦ୍ଧାସ୍ଥିତ ଘର, ଅଫିସରେ ଆଜି ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ଜାରି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ପନିପରିବା ଉତ୍ପାଦନକୁ ଗଚ୍ଛିତ ରଖିବା ଲାଗି ପ୍ୟାକ୍ ହାଉସ ନିର୍ମାଣ ଲାଗି କୃଷି ବିଭାଗ ପକ୍ଷରୁ ୩ ଲକ୍ଷ ଟଙ୍କାର ଅନୁମତି ମିଳୁଛି। ଏଥିରୁ ୫୦ ପ୍ରତିଶତ ଅର୍ଥ ଛାଡ଼ କରାଯାଉଛି। ଝରଣା ସାମନ୍ତରାୟ ନାମ୍ନୀ ଜଣେ ମହିଳାଙ୍କର ପ୍ୟାକ୍ ହାଉସ୍ କରାଇ ଦେବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ରମାକାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ସମ୍ବନ୍ଧିତ ଖବର