୩୦ରେ ନିମୋକୋକାଲ କଞ୍ଜୁଗେଟ୍‌ ଟିକାର ଶୁଭାରମ୍ଭ

ଭୁବନେଶ୍ବର : ଆସନ୍ତା ୩୦ ତାରିଖରେ ରାଜ୍ୟରେ ନିମୋକୋକାଲ କଞ୍ଜୁଗେଟ୍‌ ଟିକା(ପିସିଭି)ର ଶୁଭାରମ୍ଭ ହେବ। ସାର୍ବଜନୀନ ଟିକା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ପ୍ରାୟ ୮ଲକ୍ଷ ଶିଶୁଙ୍କୁ ଟିକା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଫଳରେ ନିମୋନିଆ ମେନିଞ୍ଜିଟିସ୍‌ ଦ୍ବାରା ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକି‌‌ଶୋର ଦାସ ଭର୍ଚୁଆଲ ମୋଡ୍‌ରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏଥିରେ ଜିଲ୍ଲାପାଳ/ମ୍ୟୁନିସିପାଲ କମିସନର ଓ ସମସ୍ତ ସିଡିଏମ୍‌ଓ, ତାଙ୍କର ଟିମ୍ ଓ ବରିଷ୍ଠ ଅଧିକାରୀମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୁହାଯାଇଛି। ରାଜ୍ୟସ୍ତରୀୟ ଶୁଭାରମ୍ଭ ପରେ କୋଭିଡ୍‌ ନିୟମ ଅନୁଯାୟୀ, ଜିଲ୍ଲାସ୍ତରରେ ଏହାର ଶୁଭାରମ୍ଭ ହେବ। ଶୁଭାରମ୍ଭ ସମୟରେ ଦେଢ଼ ମାସର ୩-୫ଜଣ ଶିଶୁଙ୍କୁ ପ୍ରଥମ ଡୋଜ୍ ପିସିଭି ଟିକା ପ୍ରଦାନ କରିବା ଲାଗି ଆଣିବା ଲାଗି କୁହାଯାଇଛି। ଟିକାର ଶୁଭାରମ୍ଭ ପରେ ନିୟମିତ ବ୍ୟବଧାନରେ ଏହାର ସମୀକ୍ଷା କରିବା ଉପରେ ଗୁରୁତ୍ବ ଦେବା ଲାଗି ସବୁ ଜିଲ୍ଲାପାଳ, କମିସନର ଓ ସିଡିଏମ୍‌ଓମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର