ସମ୍ବଲପୁର: କୋଭିଡ୍ ହସ୍ପିଟାଲ୍ରେ ୯ ମୃତ
ଭିମ୍ସାର୍ କୋଭିଡ୍ ହସ୍ପିଟାଲ୍ରେ ମୃତ୍ୟୁ ସଂଖ୍ୟା ୮୦୦ ପାର୍
ସମ୍ବଲପୁର : ଶୁକ୍ରବାର କୋଭିଡ୍ ହସ୍ପିଟାଲ୍ରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍ରେ ୪ ଜଣଙ୍କର ଏବଂ ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍ରେ ଜଣଙ୍କର ମୃତ୍ୟୁ ଘଟିଛି। ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ମୃତ୍ୟୁ ବରଣ କରିଥିବା ୪ ମୃତକଙ୍କ ମଧ୍ୟରେ ସମ୍ବଲପୁରର ୨ ଜଣ(ଜଣେ ୬୧ ବର୍ଷୀୟା, ଜଣେ ୩୫ ବର୍ଷୀୟ) ଏବଂ ବରଗଡ଼ର ୨ ଜଣ(ଜଣେ ୫୦ ବର୍ଷୀୟା, ଜଣେ ୫୫ ବର୍ଷୀୟ) ଅଛନ୍ତି। ଏହି ୪ ମୃତକଙ୍କୁ ମିଶାଇ ଭିମ୍ସାର୍ କୋଭିଡ୍ ହସ୍ପିଟାଲ୍ରେ ମୋଟ ମୃତ୍ୟୁ ସଂଖ୍ୟା ୮୦୩କୁ ବୃଦ୍ଧି ପାଇଛି। ଏଠାରେ ବର୍ତ୍ତମାନ ୧୨୦ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।