ପୂର୍ବତନ ବିଧାୟକଙ୍କ ଅଙ୍ଗରକ୍ଷୀଙ୍କୁ ହତ୍ୟା ଘଟଣା: ୯ ମାଓବାଦୀଙ୍କୁ ବାନ୍ଧିଲା ପୁଲିସ

୩ ବନ୍ଧୁକ, ଗୁଳି, ବ୍ୟାନର, ମୋଟରସାଇକେଲ ଜବତ

ରାଉରକେଲା : ମନୋହରପୁର ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଗୁରୁଚରଣ ‌ନାୟକଙ୍କ ଅଙ୍ଗରକ୍ଷୀଙ୍କୁ ହତ୍ୟା ଘଟଣାରେ ପୁଲିସ ୯ ମାଓବାଦୀକୁ ଗିରଫ କରିଛି। ତାଙ୍କର କିଛି ସମର୍ଥକ ମଧ୍ୟ ପୁଲିସ ପଞ୍ଝାରେ ପଡ଼ିଛନ୍ତି। ଏମାନଙ୍କ ନିକଟରୁ ପୁଲିସ ୩ ବନ୍ଧୁକ, ଗୁଳି, ମାଓପୋଷ୍ଟର, ମୋଟରବାଇକ୍‌ ଓ କିଛି ମୋବାଇଲ ଫୋନ୍‌ ଜବତ କରିଛି।

ମାଓବାଦୀମାନେ ଗୁରୁଚରଣ ନାୟକଙ୍କ ଅଙ୍ଗରକ୍ଷୀଙ୍କ ବନ୍ଧୁକ ଲୁଟ୍‌ କରିବାକୁ ଗତ ଡିସେମ୍ବର ୨୭ ଓ ଜାନୁଆରି ୨ରେ ବୈଠକ କରିଥିଲେ। ପୂର୍ବତନ ବିଧାୟକଙ୍କୁ ନିକଟସ୍ଥ ସ୍କୁଲକୁ ଡାକିବାକୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବେଲା ପଞ୍ଚାୟତର ପୂର୍ବତନ ମୁଖିଆ କୁଜର କେରାଇକୁ ମାଓବାଦୀମାନେ ଦାୟିତ୍ବ ଦେଇଥିଲେ। ଯୋଜନା ମୁତବାକ ପଞ୍ଚାୟତ ମୁଖିଆ କୁଜର ପୂର୍ବତନ ବିଧାୟକ ଗୁରୁଚରଣଙ୍କୁ ସଂଧ୍ୟା ପର୍ଯ୍ୟନ୍ତ ସ୍କୁଲରେ ଅଟକାଇଥିଲେ। ଅନ୍ଧାରର ଫାଇଦା ଉଠାଇ ମାଓବାଦୀମାନେ ଗୁରୁଚଣଙ୍କ ଅଙ୍ଗରକ୍ଷୀଙ୍କୁ ଘେରିବା ସହ ସେମାନଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ଗୁଳି ଚଳାଇଥିଲେ। ଲଙ୍ଗାଗୁଣ୍ଡ ପଡିଥିବାରୁ ଅଙ୍ଗରକ୍ଷୀମାନେ ମାଓବାଦୀଙ୍କ ସହ ମୁକାବିଲା କରିପାରି ନଥିଲେ। ମାଓବାଦୀମାନେ ଘଟଣାସ୍ଥଳରେ ଦୁଇ ଅଙ୍ଗରକ୍ଷୀଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ସେମାନଙ୍କ ବନ୍ଧୁକ ଲୁଟି ଫେରାର ହୋଇଯାଇଥିଲେ। ଆଜି ପଶ୍ଚିମ ସିଂହଭୂମି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ପୁଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୪ ଜାନୁଆରିରେ ମନୋହରପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ପୂର୍ବତନ ବିଧାୟକ ଗୁରୁଚରଣ ବିଶ୍ରା ଠାରୁ ମାତ୍ର ୩୦ କି.ମି. ଦୂର ଗୋଏଲକେରା ଝିଲରୁଆଁରେ ସ୍କଲ ପଡିଅରେ ଚାଲିଥିବା ଫୁଟବଲ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଯାଇଥିଲେ। ଫୁଟବଲ୍‌ ପ୍ରତିଯୋଗିତାରେ ସାମିଲ ହୋଇ ତିନି ଅଙ୍ଗରକ୍ଷୀଙ୍କ ସହ ଘରକୁ ଫେରୁଥିଲେ। କିଛି ବାଟ ଆସିବା ପରେ ଅସ୍ତ୍ରଶସ୍ତ୍ର ସହ ନକ୍ସଲମାନେ ଗୁରୁଚରଣ ଓ ତାଙ୍କ ତିନି ଅଙ୍ଗରକ୍ଷୀଙ୍କୁ ଘେରାବନ୍ଦୀ କରି ଗୁଳି ମାଡ଼ କରିଥିଲେ। ଜଣେ ଅଙ୍ଗରକ୍ଷୀଙ୍କ ଏକେ-୪୭ ବନ୍ଧୁକ ଲୁଟି ନେଇଥିଲେ। ନିଖୋଜ ଅଙ୍ଗରକ୍ଷକ ଠାକୁର ହେମ୍ବ୍ରମଙ୍କୁ ହତ୍ୟା କରି ଦେଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ପୁଲିସ କିଛି କହିବାକୁ ମନାକରି ଦେଇଛି। ଉଲ୍ଲେଖଯୋଗ୍ୟ, ଗତ ୨୦୧୨ରେ ନକ୍ସଲମାନେ ପୂର୍ବତନ ବିଧାୟକ ଗୁରୁଚରଣଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର