ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ପଶ୍ଚିମ ଓଡ଼ିଶାର ୯ ମୃତ

ସମ୍ବଲପୁର : କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ କରୋନା ମୃତ୍ୟୁ ମଧ୍ୟ ବଢ଼ି ବଢ଼ି ଚାଲିଛି। ଶୁକ୍ରବାର ପଶ୍ଚିମ ଓଡ଼ିଶାର ୯ ଜଣ ରୋଗୀ ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ଏହି ୯ ଜଣଙ୍କ ମଧ୍ୟରେ ବରଗଡ଼ରୁ ସର୍ବାଧିକ ୪ ଜଣ ରହିଥିବା ବେଳେ ବଲାଙ୍ଗୀରର ୨ ଜଣ ଏବଂ ସମ୍ବଲପୁର, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାର ଜଣେ ଲେଖାଏଁ ରୋଗୀ ରହିଛନ୍ତି।

ମୃତକଙ୍କ ମଧ୍ୟରେ ବରଗଡ଼ର ୩୫, ୪୫ ଓ ୭୮ ବର୍ଷୀୟ ୩ ମହିଳା ତଥା ଜଣେ ୭୫ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ସେଭଳି ବଲାଙ୍ଗୀର ଜଣେ ୩୮ ବର୍ଷୀୟ ଓ ଜଣେ ୪୫ ବର୍ଷୀୟ ପୁରୁଷ ରହିଥିବା ବେଳେ ସମ୍ବଲପୁରର ଜଣେ ୬୫ ବର୍ଷୀୟ ବୃଦ୍ଧ, ସୁନ୍ଦରଗଡ଼ର ଜଣେ ୪୭ ବର୍ଷୀୟ ପୁରୁଷ ଏବଂ କଳାହାଣ୍ଡିର ଜଣେ ୬୬ ବର୍ଷୀୟ ବୃଦ୍ଧ ରହିଛନ୍ତି। ଏହି ୯ ଜଣଙ୍କୁ ମିଶାଇ ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୋଟ ମୃତ୍ୟୁ ସଂଖ୍ୟା ୨୯୮ରେ ପହଞ୍ଚିଛି। ବର୍ତ୍ତମାନ ବୁର୍ଲା କୋଭିଡ୍ ହସ୍ପିଟାଲରେ ୧୩୫ରୁ ଅଧିକ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର