ଖଜୁରୀପଡ଼ା: ରାଜ୍ୟ ସରକାରଙ୍କ ଦ୍ବାରା ଆଦିବାସୀ ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ବ୍ୟୟ ହେଉଛି। ହେଲେ ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଦୁର୍ଗମ ଅଞ୍ଚଳର ଲୋକମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି l ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ଲୋକମାନେ ପାଇପାରୁ ନାହାନ୍ତି।
/sambad/media/post_attachments/wp-content/uploads/2021/03/20170618_114806.jpg)
ଖଜୁରୀପଡା ବ୍ଲକ୍ ସୁଡ଼ରେଜୁ ପଞ୍ଚାୟତ ଅଧୀନରେ ଥିବା ଜାର୍ଗୀସରୁ, ଗୁଦାବାରି, ଶ୍ରମ୍ବୀପଡା, ଯୋଗୀମଠ, ଅlଡିମୁଂଡ଼ା, ପ୍ରାଙ୍ଗାପଡା, ସୁଜାପାଯୁ, ବରପଦା ଓ କାମ୍ବଝରି ଭଳି ଗ୍ରାମରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଭଳି ସେବା ବିପର୍ଯ୍ୟସ୍ତ ହୋଇଛି l ଏହି ୯ଟି ଗ୍ରାମରେ ପାଖାପାଖି ୫ ଶହ ଲୋକ ବସବାସ କରନ୍ତି। ହେଲେ ପରିତାପର ବିଷୟ ସ୍ୱାଧୀନତାର ୭୨ବର୍ଷ ବିତିଯାଇଥିଲେ କୌଣସି ମୌଳିକ ସୁବିଧା ନାହିଁ।
/sambad/media/post_attachments/wp-content/uploads/2021/03/20170618_091015.jpg)
ପକ୍କା ରାସ୍ତାଟି ନଥିବାରୁ ଲୋକମାନେ ଖାଲଖମା ଜଙ୍ଗଲିଆ ରାସ୍ତାଦେଇ ପ୍ରତିଦିନ ଯାତାୟାତ କରିଥାନ୍ତି l ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ହେଲେ ଜଙ୍ଗଲିଆ ପଥୁରିଆ ରାସ୍ତା ଦେଇ ଆସିବାକୁ ହୁଏ। ଆମ୍ବୁଲାନ୍ସ ଆସିପାରୁନଥିବାରୁ ରୋଗୀଙ୍କୁ ଦୋଳାରେ ବୋହିବା ଚିରାଚରିତ ହୋଇଛି। ୪ରୁ ୫ କିଲୋମିଟର ଗଲେ ପିଲାମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇଥାନ୍ତି। ରାସ୍ତା ସମସ୍ୟା କାରଣରୁ ବର୍ଷାଦିନେ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହୋଇଥାନ୍ତି। ପାନୀୟଜଳ କଥା ନକହିବା ଭଲ। ଗ୍ରାମରେ ଥିବା ନଳକୂପ ଗୁଡିକ ଅଚଳ ଅବସ୍ଥାରେ ପଡ଼ିରହିଛି l ପିଇବା ପାଣି ପାଇଁ ଗ୍ରାମବାସୀ ଖୋଲାକୂପ ଏବଂ ଚୁଆ ପାଣି ବ୍ୟବହାର କରିଥାନ୍ତି। ତେଣୁ ମୌଳିକ ସୁବିଧା ପ୍ରଦାନ କ୍ଷେତ୍ରରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।