ପାରାଦୀପରେ ୯ଟି ରେଳ ବଗି ଲାଇନ୍‌ଚ୍ୟୁତ

ପାରାଦୀପ : ପାରାଦୀପ ଅଠରବାଙ୍କୀ ରେଲେଓ୍ଵ କଲୋନି ନିକଟରେ ଆଜି ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ର ୯ଟି ବଗି ଧାରଣା ଉପରୁ ଖସିଯାଇଛି। ଟ୍ରେନ୍‌ଟି ବନ୍ଦରରେ ପଣ୍ୟ ଖଲାସ କରି ତାଳଚେର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଧାରଣା ଉପରେ ବିପୁଳ ପରିମାଣର କୋଇଲା ଗୁଣ୍ଡ ଗଦା ହୋଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଖବର ପାଇ ରେଳ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର