ନବମ ଓ ଦଶମ ଶ୍ରେଣୀ ୟୁଟ୍ୟୁବ ପାଠପଢ଼ା ଚାଲିବ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁଟ୍ୟୁବ୍‌ ପାଠପଢ଼ା ସେପ୍ଟେମ୍ବର ମାସରେ ଜାରି ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେଉଁ ଦିନ କେଉଁ ଶ୍ରେଣୀର ଓ କେଉଁ ବିଷୟର ପାଠପଢ଼ା ହେବ, ସେନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବାହ୍ନ ୧୦ଟା ୪୫ରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ପ୍ରତିଦିନ ୪ଟି ଲେଖାଏଁ ପିରିୟଡ୍‌ ଅନୁଷ୍ଠିତ ହେବ। ଶନିବାର ଓ ରବିବାର କୌଣସି କ୍ଲାସ ହେବ ନାହିଁ। ୟୁଟ୍ୟୁବ୍‌ ପାଠପଢ଼ା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର