ନୂଆ ଢାଞ୍ଚାରେ ନବମ ଶ୍ରେଣୀ ପରୀକ୍ଷା, ନଭେମ୍ବର ୨୨ରୁ ଛାତ୍ରଛାତ୍ରୀଙ୍କ ସମେଟିଭ୍‌ ଆସେସ୍‌ମେଣ୍ଟ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ (ବୋର୍ଡ) ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସମେଟିଭ୍‌ ଆସେସ୍‌ମେଣ୍ଟ-୧ (ଏସ୍‌ଏ-୧) ପରୀକ୍ଷା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ଦିନକୁ ଦୁଇଟି ବିଷୟରେ ପରୀକ୍ଷା କରାଯିବ। ପ୍ରତ୍ୟେକ ବିଷୟ ପାଇଁ ମୋଟ ନମ୍ବର ୪୦ ମାର୍କ ରହିବ। ଏଥିରେ ୨୦ ନମ୍ବର ଅବ୍‌ଜେକ୍ଟିଭ୍‌ ଓ ୨୦ ନମ୍ବର ସବ୍‌ଜେକ୍ଟିଭ୍‌ ରହିବ। ସବ୍‌ଜେକ୍ଟିଭ୍‌ ‌ ବିଭାଗରେ ୪ଟି ପ୍ରଶ୍ନ ପଡ଼ିବ ଏବ˚ ପ୍ରତି ପ୍ରଶ୍ନର ବିକଳ୍ପ ପ୍ରଶ୍ନ ରହିବ। ଏହି ପରୀକ୍ଷା ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲରେ ଦେବେ। କିନ୍ତୁ ପ୍ରଶ୍ନପତ୍ର (ପ୍ରଶ୍ନ ଉତ୍ତର ବୁକ୍‌ଲେଟ୍‌) ବୋର୍ଡ ପକ୍ଷରୁ ଦିଆଯିବ। ଏହି ପରୀକ୍ଷାର ପ୍ରଥମ ସିଟି˚ ସକାଳ ୯ଟାରୁ ୧୦ଟା ଓ ଦ୍ବିତୀୟ ସିଟି˚ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ନଭେମ୍ବର ୨୨ ତାରିଖ ସୋମବାର ଦିନ ପ୍ରଥମ ସିଟି˚ରେ ଦ୍ବିତୀୟ ଭାଷା (ହିନ୍ଦୀ, ଇ˚ରାଜୀ, ମୂକ ବଧିର ପିଲାଙ୍କ ପାଇଁ ପରିବେଶ ଓ ଜନସ˚ଖ୍ୟା ଶିକ୍ଷା) ଓ ଦ୍ବିତୀୟ ସିଟି˚ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ୨୩ ତାରିଖ ମଙ୍ଗଳବାର ଦିନ ପ୍ରଥମ ସିଟି˚ରେ ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ, ଅଲ୍‌ଟରନେଟିଭ୍‌ ଇ˚ଲିଶ) ଓ ଦ୍ବିତୀୟ ସିଟି˚ରେ ଗଣିତ ପରୀକ୍ଷା ହେବ। ୨୪ ତାରିଖ ବୁଧବାର ଦିନ ପ୍ରଥମ ସିଟି˚ରେ ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ସି, ସ˚ସ୍କୃତ) ଓ ଦ୍ବିତୀୟ ସିଟି˚ରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ। ଏହି ପରୀକ୍ଷା ଖାତା ମୂଲ୍ୟାୟନ ନ୍ୟୁଟ୍ରାଲ ସ୍କୁଲ୍‌ରେ ନଭେମ୍ବର ୨୩ରୁ ୩୦ ତାରିଖ ମଧ୍ୟରେ ହେବ।

ନ୍ୟୁଟ୍ରାଲ ସ୍କୁଲ୍‌କୁ ସ˚ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୟନ କରିବେ ଏବ˚ ମୂଲ୍ୟାୟନ କାର୍ଯ୍ୟକୁ ସେ ତଦାରଖ କରିବେ। ମୂଲ୍ୟାୟନ ଶେଷ ହେଲେ ନ୍ୟୁଟ୍ରାଲ ସ୍କୁଲ୍‌ ପକ୍ଷରୁ ସ˚ପୃକ୍ତ ବିଦ୍ୟାଳୟକୁ ମାର୍କ ଫଏଲ୍‌ ଓ ଖାତା ପଠାଯିବ। ଡିସେମ୍ବର ୧ ଓ ୨ ତାରିଖ ଭିତରେ ମୂଲ୍ୟାୟର ତ୍ରୁଟି ବିଚ୍ୟୁତି ଥାଏ, ତାହା ଉପରେ ଅଭିଯୋଗ ଗ୍ରହଣ କରାଯିବ ଓ ତ୍ରୁଟି ସ˚ଶୋଧନ କରାଯିବ। ଏଫ୍‌ଏ-୧, ଏଫ୍‌ଏ-୨ ଓ ଏସ୍‌ଏ-୧ ପରୀକ୍ଷାର ଫାଇନାଲ୍‌ ଟାବୁଲେସନ୍‌ ରେଜିଷ୍ଟର ମେଣ୍ଟର ସ୍କୁଲ୍‌ ପକ୍ଷରୁ ଡିସେମ୍ବର ୪ ତାରିଖ ମଧ୍ୟରେ ଚୂଡ଼ାନ୍ତ କରାଯିବ।

ଏଠାରେ ସୂଚନାଯୋଗ୍ୟ, ନବମ ଶ୍ରେଣୀ ଓ ଦଶମ ଶ୍ରେଣୀରେ ବର୍ଷକୁ ୪ଟି ଫର୍ମେଟିଭ୍‌ ଆସେସ୍‌ମେଣ୍ଟ (ଏଫ୍‌ଏ) ପରୀକ୍ଷା ଓ ଦୁଇଟି ସମେଟିଭ୍‌ ଆସେସ୍‌ମେଣ୍ଟ (ଏସ୍‌ଏ) ପରୀକ୍ଷା ହେବ। ଏହା ମଧ୍ୟରେ ନବମ ଶ୍ରେଣୀର ଏଫ୍‌ଏ-୧ ପରୀକ୍ଷା ଶେଷ ହୋଇଛି। ଆସନ୍ତା କିଛି ଦିନ ମଧ୍ୟରେ ଏଫ୍‌ଏ-୨ ପରୀକ୍ଷା ଅନୁଷ୍ଠିତ ହେବ। ଡିସେମ୍ବର ୬ରୁ ୧୩ ତାରିଖ ମଧ୍ୟରେ ଉପରୋକ୍ତ ତିନୋଟି ପରୀକ୍ଷାର ନମ୍ବରକୁ ବୋର୍ଡ ୱେବସାଇଟ୍‌ରେ ମେଣ୍ଟର ସ୍କୁଲ୍‌ ଦ୍ବାରା ଅପ୍‌ଲୋଡ କରାଯିବ। ନୋଡାଲ ସେଣ୍ଟର, ନ୍ୟୁଟ୍ରାଲ ସ୍କୁଲ୍‌ ଓ ମେଣ୍ଟର ସ୍କୁଲ୍‌ ଇତ୍ୟାଦିକୁ ଜିଲ୍ଲା ଶିକ୍ଷା ଅଧିକାରୀ ଚୟନ କରିବେ। ପ୍ରଶ୍ନପତ୍ର ବୁକ୍‌ଲେଟ୍‌ ନଭେମ୍ବର ୨୦ ତାରିଖ ମଧ୍ୟରେ ନୋଡାଲ ସ୍କୁଲ୍‌ରେ ପହଞ୍ଚିବ। ନୋଡାଲ ସେଣ୍ଟର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବେ। ଯେଉଁଦିନ ପରୀକ୍ଷା ସରିବ ତୁରନ୍ତ ପରୀକ୍ଷା ଖାତାକୁ ନ୍ୟୁଟ୍ରାଲ ସ୍କୁଲ୍‌କୁ ପଠାଇବେ। ଆଜି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ବୋର୍ଡ ସଭାପତି ରାମାସିସ୍‌ ହାଜରା, ଉପ ସଭାପତି ଡକ୍ଟର ନିହାର ର˚ଜନ ମହାନ୍ତି ଓ ସ˚ପାଦକ ଶ୍ରୀକାନ୍ତ ତରାଇ ଏ ସ˚କ୍ରାନ୍ତରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦୁଇ ମାସ ପୂର୍ବରୁ ନବମ ଶ୍ରେଣୀର ନୂତନ ମୂଲ୍ୟାୟନ ବିଷୟରେ ବୋର୍ଡ କାର୍ଯ୍ୟାଳୟରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦ରୁ ଅଧିକ ବରିଷ୍ଠ ଶିକ୍ଷକ ମାଷ୍ଟର ଟ୍ରେନର ଭାବେ ଅ˚ଶଗ୍ରହଣ କରିଥିଲେ। ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ପରେ ଏହି ଶିକ୍ଷକମାନେ ବିଭିନ୍ନ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ଜରିଆରେ ଅନ୍ୟ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର