ଟ୍ବିଟ୍‌ କରି କୁନା ଭାଇଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପରୋପକାର ମନୋବୃତ୍ତି ସମାଜକୁ ପ୍ରେରଣା ଦେବ

ବାରିପଦା : ବାରିପଦାର ନିଃସ୍ୱାର୍ଥପର ଯୁବକ ତାରାକାନ୍ତ ମହାନ୍ତି ଓରଫ କୁନାଙ୍କ ସେବା ମନୋବୃତ୍ତିକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୁନାଙ୍କ ଏପରି ପରୋପକାର ମନୋବୃତ୍ତି ସମାଜରେ ପ୍ରେରଣାର ଉତ୍ସ ହେବ ବୋଲି ସାମାଜିକ ଗଣମାଧ୍ୟମ ଟୁଇଟର୍‌ ଓ ଫେସବୁକ୍‌ରେ ପ୍ରଶଂସା କରି ଲେଖିଛନ୍ତି ଶ୍ରୀ ପ୍ରଧାନ।

ଉଲ୍ଲେଖଯୋଗ୍ୟ; ବାରିପଦା ୱାର୍ଡ ନମ୍ବର ୭ ମଧୁବନ ଅଞ୍ଚଳର କୁନା ବିପଦର ବନ୍ଧୁ ଭାବେ ସୁପରିଚିତ। ଏଯାବତ୍‌ ସେ ପ୍ରାୟ ହଜାରେରୁ ଅଧିକ ଶବ ସଂସ୍କାର କରିସାରିଲେଣି। ସେହିପରି ସମସ୍ତଙ୍କର ବିପଦ ଆପଦରେ ଖବର ପାଇବା ମାତ୍ରେ ପହଞ୍ଚି ଯାଆନ୍ତି। ଏନେଇ ଆଜି ‘ସମ୍ବାଦ’ରେ କୁନାଙ୍କୁ ନେଇ ଏକ ଖବର ପ୍ରକାଶ ପାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବିଭିନ୍ନସ୍ତରରୁ କୁନାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର