ଏନ୍‌ଆଇଓଏସ୍‌ ପରୀକ୍ଷାରେ ଅନିୟମିତତା : ଓଡ଼ିଶା ସମେତ ୬ଟି ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ

ହାର୍ଡଡିସ୍କ, ମୋବାଇଲ୍ ଫୋନ୍, ବିପୁଳ କାଗଜପତ୍ର ଜବତ

ଭୁବନେଶ୍ବର : ଏନ୍‌ଆଇଓଏସ ପରୀକ୍ଷାରେ ହୋଇଥିବା ଅନିୟମିତତା ମାମଲାରେ ଆଜି ସିବିଆଇ ଓଡ଼ିଶା ସମେତ ୬ଟି ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି। ଓଡ଼ିଶାରେ ଭୁବନେଶ୍ବର ଓ ଗଞ୍ଜାମରେ ଏହି ଚଢ଼ଉ ହୋଇଥିବାବେଳେ ମଧ୍ୟପ୍ରଦେଶର ଭୋପାଳ, ସେହୋର, ରତଲମ, ଉମାରିଆ, ନୂଆଦିଲ୍ଲୀର ଫତେବାଦ, ହରିଆନାର ଫରିଦାବାଦ, ଆସାମର ଗୌହାଟି, କାମରୁପ, ଲକ୍ଷ୍ମୀପୁର, ସିକିମ ଗ୍ୟାଙ୍ଗଟକରେ ମଧ୍ୟ ଚଢ଼ଉ ହୋଇଥିଲା ବୋଲି ସିବିଆଇ ତାର ପ୍ରେସ ବିଜ୍ଞପ୍ତିରେ ଜଣାଇଛି। ଏହି ଚଢ଼ଉ ଏନଆଇଓଏସ ଅଧିକାରୀଙ୍କ ଘର, ଷ୍ଟଡି ସେଣ୍ଟର ଭଳି ସ୍ଥାନରେ ଚଢ଼ଉ ହୋଇଛି।

ଚଢ଼ଉବେଳେ ସିବିଆଇ କେତେକ ହାର୍ଡଡିସ୍କ, ମୋବାଇଲ୍ ଫୋନ୍, ଆଡମିଟ କାର୍ଡ, ଭାଉଚର୍‌, ପାସବୁକ, ମାର୍କସିଟ୍‌, ଚେକ ବହି, ସିଲ୍‌, ଡାଇରି ପ୍ରଶ୍ନଉତ୍ତର କପି ଆଦି ଜବତ ହୋଇଛି। ପ୍ରକାଶଥାଉକି, ୨୦୧୭ ମସିହାରେ ଏନଆଇଓଏସ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏହା ପରଠାରୁ ଏହି ଅନିମିୟତା ଘଟଣାର ସିବିଆଇ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର