ଭୁବନେଶ୍ବର: ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣ ବଢୁଛି। ସେଠାରେ ବିଏ-୪ ଓ ଵିଏ-୫ ଭାରିଏଣ୍ଟ ଦେଖା ଦେଇଛି, ଯାହାକି ସଂପୂର୍ଣ୍ଣ ରୁପେ ନୂଆ। ସେହି କାରଣରୁ ହିଁ ସଂକ୍ରମଣ ବଢୁଥିଲେ ହେଁ ଏବେ କିଛି ମାତ୍ରାରେ କମ୍‌ ହୋଇଛି ବୋଲି  ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ ନିରଜ ମିଶ୍ର କହିଛନ୍ତି।

Advertisment

ସେ ଆହୁରି ବି କହିଛନ୍ତି ଯେ ହସ୍ପିଟାଲାଇଜେସନ୍‌ ବୃଦ୍ଧି ପାଇଥିଲେ ବି ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣକୁ ଆସିଛି। ଆଗରୁ ବିଏ-୧ ଭାରିଏଣ୍ଟ୍‌ ଥିବା ବେଳେ ଏବେ ବିଏ-୪ ଓ ବିଏ-୫ ଦେଖାଯାଇଛି। ଯାହାକି କିଛି ମାତ୍ରାରେ ଭିନ୍ନ ପ୍ରଭାବ ପକାଇଛି।

ଭାରତରେ ଯେଉଁ କିଛି ସଂକ୍ରମଣ ବଢ଼ିଛି ତାହା ବିଏ -୧.୨ ଭାରିଏଣ୍ଟ ପାଇଁ। ଯାହାକି ବିଏ - ୨ ଭାରିଏଣ୍ଟର ସବ ଭାରିଏଣ୍ଟ। ଆଉ ଆମେ ତୃତୀୟ ଲହରରେ ବିଏ- ୨ ଭାରିଏଣ୍ଟ ଦେଖି ସାରିଛେ। ତେଣୁ ଏହାର ସେତେ ମାତ୍ରାରେ ପ୍ରଭାବ ପଡ଼ିବା ଭଳିଆ ଲାଗୁନି ବୋଲି ଡକ୍ଟର ମିଶ୍ର ମତ ରଖିଛନ୍ତି।