ଭୁବନଶ୍ବେର : ରାଜ୍ୟସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହି ପଦବି ପାଇଁ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ ନ କରିବାରୁ ନିର୍ବାଚନର ଆବଶ୍ୟକତା ପଡ଼ିଲା ନାହିଁ। ତେଣୁ ତାଙ୍କୁ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରାଯାଇଛି। ବିଧାନସଭା ରିଟର୍ଣ୍ଣିଂ ଅଫିସର ତାଙ୍କୁ ବିଜୟ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ରାଜ୍ୟସଭାରେ ଶ୍ରୀ ବିଶିଙ୍କ କାର୍ଯ୍ୟକାଳ ପାଖାପାଖି ଚାରି ବର୍ଷ ରହିବ।