ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥତା କାରଣରୁ ବୁଧବାର ଦିନ ରାଜଧାନୀ ଆପୋଲୋ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଏ ସଂପର୍କରେ ପିସିସି ଉପସଭାପତି ଗଣେଶ୍ବର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆପୋଲୋରେ ତାଙ୍କର ଚିକିତ୍ସା ଜାରି ରହିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। କିଛିଦିନ ପୂର୍ବରୁ ଶ୍ରୀ ପଟ୍ଟନାୟକ ଅସୁସ୍ଥତା କାରଣରୁ ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ।
ନିରଞ୍ଜନ ଅସୁସ୍ଥ, ଆପୋଲୋରେ ଭର୍ତି
/sambad/media/post_attachments/wp-content/uploads/2021/03/niranjan-patnaik.jpeg)