କେରଳ ରାଜ୍ୟପାଳଙ୍କୁ ଭେଟିଲେ ନିରଞ୍ଜନ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବୁଧବାର ଦିନ ରାଜଭବନରେ ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ଅବସରରେ କେରଳ ରାଜ୍ୟପାଳ ଶ୍ରୀ ଆରିଫ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ ରାଜ୍ୟର ଶକ୍ତି ମନ୍ତ୍ରୀ ଥିବା ସମୟରେ ଶ୍ରୀ ଆରିଫ୍‌ କେନ୍ଦ୍ରରେ ଶକ୍ତି ମନ୍ତ୍ରୀ ଥିଲେ। ତେଣୁ ତାଙ୍କ ସହିତ ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା। ସେ ସମୟରେ ଓଡ଼ିଶାରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବହୁ ଗୁଡ଼ିଏ କାର୍ଯ୍ୟ ହୋଇଥିଲା। କଣିହାଁ ସ୍ଥିତ ଏନଟିପିସି ଶକ୍ତି ଉତ୍ପାଦନ କେନ୍ଦ୍ର ହେଉଛି ଶ୍ରୀ ଆରିଫ୍‌ଙ୍କ ଅବଦାନ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର