ରାଜ୍ୟରେ ବଢୁଥିବା କରୋନା ପରିସଂଖ୍ୟାନ ଉଦବେଗଜନକ ନୁହେଁ: ନିରଞ୍ଜନ ମିଶ୍ର

ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି କି ‘ ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗ ଜନକ ନୁହେଁ । ଅଧିକ ଲୋକ ଟ୍ରେସିଂ ଟେଷ୍ଟିଂ ହୋଇ ଆଇସୋଲେସନ କରାଯିବାଟା ଭଲ । ଜାତୀୟ ହାର ତୁଳନାରେ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି । ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କୁ କୁହାଯାଇଛି ଆରଟିପିସିଆର ଟେଷ୍ଟିଂ ରିପୋର୍ଟ ଧରି ଆସିବାକୁ। ମେଡିସିନ ଓ ବେଡ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଜିଲ୍ଲାପାଳମାନଙ୍କୁ କୁହାଯାଇଛି ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ । ବର୍ତ୍ତମାନ କଟକଣା ଅପେକ୍ଷା ସଚେତନତାକୁ ପ୍ରାଧାନ୍ୟ ଦିଆଯାଉଛି । ସମସ୍ତ ଜିଲ୍ଲାପାଳ ଓ ମୁନିସପାଲ କମିସନରମାନଙ୍କୁ କୁହାଯାଇଛି ସ୍ଥିତି ଦେଖି ନିଷ୍ପତ୍ତି ନେବା ଲାଗି । ଯେଉଁଠି ଆବଶ୍ୟକ ପଡ଼ିବ ସେଠି ପଦକ୍ଷେପ ନିଆଯିବ । ଅଯଥା ଟେଷ୍ଟିଂ କରିବା ଅପେକ୍ଷା ଆମେ ଟାର୍ଗେଟ ଟେଷ୍ଟିଂ କରୁଛୁ । ତେଣୁ ଏବେ ଟେଷ୍ଟିଂ ଟିକିଏ କମ ରହିଛି । ଆଗକୁ ଧୀରେ ଧୀରେ ଟେଷ୍ଟିଂ ଆମେ ବଢ଼ାଇବୁ । ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲୋକମାନଙ୍କୁ ସଚେତନ କରାଯାଉଛି, କାମ ନଥିଲେ ପଡ଼ୋଶୀ ରାଜ୍ୟକୁ ନ ଯିବା ପାଇଁ।

ସମ୍ବନ୍ଧିତ ଖବର