ରାଜ୍ୟରେ ସଂକ୍ରମଣ କମିଛି, ତଥାପି ଆଗାମୀ ଦୁଇରୁ ତିନି ମାସ ସତର୍କ ରହିବାକୁ ପଡ଼ିବ: ନିରଞ୍ଜନ ମିଶ୍ର

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ ନିଜ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ରାଜ୍ୟରେ ସଂକ୍ରମଣ କମିଛି। ତଥାପି ଆଗାମୀ ଦୁଇରୁ ତିନି ମାସ ସତର୍କ ରହିବାକୁ ପଡ଼ିବ। କୋଭିଡ ନିୟମ, ମାକ୍ସ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦେରିଙ୍ଗକୁ ରୋକିବାକୁ ପଡ଼ିବ। ରାଜ୍ୟର ସାମଗ୍ରୀକ ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଅନଲକ ବିଷୟରେ ଚିନ୍ତା କରାଯିବ। କୋଭିଡ ଡେଥ ଅଡ଼ିଟ କିଛି ବାକି ଅଛି। ସମସ୍ତ ଡେଥ ରିପୋର୍ଟ ଅଡ଼ିଟ କରାଯିବା ପରେ ମୃତକଙ୍କ ସଂଖ୍ୟା ଦର୍ଶାଯିବ। କୋଭିଡରେ ଯେଉଁମାନେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କୁ ଡେଥ ସାର୍ଟିଫିକେଟ ଦିଆଯାଉଛି। ସେଥିରେ କିଛି ଅସୁବିଧା ନାହିଁ। କୋଭିଡ ଡେଥକୁ ସାର୍ଟିଫିକେଟରେ ଲେଖିବାର କୌଣସି ପ୍ରୋଭିଜନ ନାହିଁ । ସଂକ୍ରମଣ କିଛି ଜିଲ୍ଲାରେ ଅଧିକ ରହିଥିଲେ ବି ପୂର୍ବ ତୁଳନାରେ କମିଛି।’

ସମ୍ବନ୍ଧିତ ଖବର