ଭୁବନେଶ୍ବର: ରାଜ୍ୟରେ ଶୀର୍ଷରେ ପହଞ୍ଚିବା ପରେ ଏବେ କମୁଛି ସଂକ୍ରମଣ। ୧୦ ହଜାର ପାର କରିଥିବା ସଂକ୍ରମଣ ସଂଖ୍ୟା ଏବେ ୫ ହଜାର ତଳକୁ ଖସିଛି। ଆଜି ଗତ ୨୪ ଘଣ୍ଟାରେ ରାଜ୍ୟ, ୩,୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି।

Advertisment

ରାଜ୍ୟରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଏବେ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଛି । ଦୈନିକ ସଂକ୍ରମଣ ସଂଖ୍ୟା ବି କମୁଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବି କମୁଛି । ଧିରେ ଧିରେ କରୋନା ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ମାତ୍ର ଯାହା ଆମେ ଆଗରୁ କହିଛୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଓମିକ୍ରନର ସଂକ୍ରମଣ କ୍ଷମତା ଡେଲଟାଠୁ ବହୁତ ଅଧିକ । ତେଣୁ କେତେବେଳେ ବି ଏହା ପୁଣି ଫେରିପାରେ। ତେଣୁ ଆମକୁ ସତର୍କ ରହିବାକୁ ପଡିବ । ବର୍ତ୍ତମାନ ଯାହା କଟକଣା ରହିଛି ତାହା ଲୋକଙ୍କ ଜୀବନ ଜୀବିକା ଉପରେ ସାମନ୍ୟତମ ପ୍ରଭାବ ପକାଉନି । ସେଥିପାଇଁ ସଂକ୍ରମଣର ଗ୍ରାଫ ସମ୍ପୁର୍ଣ୍ଣ ତଳେ ନ ପହଞ୍ଚିବ‌ା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ହେବ ।

କୋଭିଡ ମୃତ୍ୟୁ ବଢିବା ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, କରୋନାର ଲହର ଶୀର୍ଷରେ ପହଞ୍ଚିବା ପରେ ମୃତ୍ୟୁ ସଂଖ୍ୟା ଟିକିଏ ବଢେ । ଜାନୁଆରି ମାସରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ତାହା ତୁଳନାରେ ଆମର ମୃତ୍ୟୁ ବହୁତ କମ ରହିଛି । ଡେଲଟା ଏବେ ବି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ।