କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି କି ‘କୋଭିଡ୍ ସଂଖ୍ୟା  ରାଜ୍ୟରେ  ବଢୁଛି। ମାତ୍ର ବ୍ୟସ୍ତ ହେବାର କିଛି ନାହିଁ। ଗତ ଥର  ଯେଉଁ ପଜିଟିଭ୍ ସଂଖ୍ୟା ୬ ମାସରେ ବଢ଼ିଥିଲା, ତାହା ଏଇ ଥର ୬ ସପ୍ତାହରେ ବଢ଼ିଛି । ମାତ୍ର ଆମେ  ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରେସିଂ ଉପରେ ଗୁରୁତ୍ୱ ଦେଉଛୁ।  ପ୍ରତି ବ୍ଲକରେ ଆରଆରଟି କରାଯାଉଛି। କଣ୍ଟେନମେଣ୍ଟ  ଜୋନରେ ମଧ୍ୟ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଷ୍ଟ୍ରେନ୍ ପାଇଁ ସଂଖ୍ୟା ବଢୁଛି ତାହା  ସ୍ପଷ୍ଟ ହୋଇନାହିଁ ।

ଓଡ଼ିଶାରେ ବର୍ତ୍ତମାନ ୯୦ ପ୍ରତିଶତରୁ ଅଧିକ ଲୋକ ହୋମ୍ ଆଇସୋଲେସନରେ ରହିପାରିବା ଭଳି ସ୍ଥିତିରେ ଅଛନ୍ତି।  ତେବେ ଆମ ପାଖରେ ଭରପୁର ହସ୍ପିଟାଲ ଏବଂ ବେଡ୍ ରହିଛି। ଆମେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛୁ କି ସେମାନେ ପ୍ରାଇଭେଟ୍ ଅପରେଟରଙ୍କ ସହ କଥା ହୋଇ ପ୍ରାଇଭେଟ୍ ହସ୍ପିଟାଲକୁ ପ୍ରସ୍ତୁତ ରଖିବେ। ଯଦି ଦରକାର ପଡ଼େ ତେବେ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ସୁବିଧା ଯୋଗାଇ ଦିଆଯାଇ ପାରିବ।’

ସମ୍ବନ୍ଧିତ ଖବର