ସଇତାନର ବେଦପାଠ: ନିରଞ୍ଜନ

ଭୁବନେଶ୍ୱର : ପୁରୀରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଭାରେ ଦଳର ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ମନ୍ତବ୍ୟ ସଂପର୍କରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଏକ ପ୍ରେସ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ମହିଳାମାନେ ସୁରକ୍ଷିତ ନଥିବା ଏବଂ ଚାଷୀମାନେ ମିଲରଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା କଥା ଶାହ କହିଛନ୍ତି। ଦୀର୍ଘବର୍ଷ ବିଜେଡି ସହିତ ଶାସନ କ୍ଷମତାରେ ରହିଥିବା ଏବଂ ଏପର୍ଯ୍ୟନ୍ତ ବିଜେଡି-ବିଜେପି ପରସ୍ପରକୁ ସମର୍ଥନ, ସହଯୋଗ କରିଆସୁଥିବା ବେଳେ ନିର୍ବାଚନ ପୂର୍ବରୁ ଶାହଙ୍କର ଏଭଳି ମନ୍ତବ୍ୟ ସଇତାନର ବେଦପାଠ ଭଳି ମନେ ହେଉଛି। କୋଣସି ପ୍ରକାରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଦୁଇ ଦଳ ଶାସନ କ୍ଷମତା ଅଧିକାର କରିବାକୁ ଏଭଳି ଖେଳ ଖେଳୁଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଆଗକୁ ସେମାନଙ୍କର ଏଭଳି ଖେଳ ଆହୁରି ଜମିବ ବୋଲି ମଧ୍ୟ ସେ କହିବା ସହିତ ରାଜ୍ୟବାସୀ ଦୁଇଦଳର ଖେଳରୁ ମଜା ଉଠାଇ ଉଚିତ ନିଷ୍ପତ୍ତି ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର