ପ୍ରଧାନମନ୍ତ୍ରୀଙ୍କ ଟିକା ମେଳା ପ୍ରଚାର ସର୍ବସ୍ବ: ନିରଞ୍ଜନ

ଭୁବନେଶ୍ବର : ଓଡ଼ିଶାରେ କୋଭିଡ୍‌ ଟିକା ଯେତିକି ଆବଶ୍ୟକ ତାକୁ କେନ୍ଦ୍ର ସରକାର ଦେଇପାରୁନାହାନ୍ତି। ଏବେ ପ୍ରଧାନମନ୍ତ୍ରୀ ମୋଦୀ ୧୧ ତାରିଖରୁ ଟିକା ମେଳା କରାଯିବ ବୋଲି ଘୋଷଣା କରିଛନ୍ତି। ଏହା କେବଳ ପ୍ରଚାର ସର୍ବସ୍ବ। ଆଜି ଏକ ପ୍ରେସ ବିବୃତି ଜାରି କରି ଏପରି ଅଭିଯୋଗ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। କେନ୍ଦ୍ର ସରକାର କୋଭିଡ୍‌ ଟିକା ଯୋଗାଇ ପାରୁନାହାନ୍ତି। ଆମ ଓଡ଼ିଶା ସରକାର ମଧ୍ୟ ଏପରି ଅପାରଗ ଯେ କେନ୍ଦ୍ରକୁ ଟିକା ଆଣିପାରୁନାହାନ୍ତି। ଉଭୟ ସରକାର ଲୋକଙ୍କୁ ଜୀବନ ସହ ଖେଳ ଖେଳୁଛନ୍ତି। ନିର୍ବାଚନ ବେଳେ ଯେପରି ମୋଦୀ ମହାଶୟ କହିଥିଲେ, ଜିତିଲେ ସମସ୍ତ ଦେଶବାସୀଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଠିକ୍‌ ସେହିପରି ଭାବେ ଟିକାକରଣ ମେଳା କରି ଭେଳିକି ଦେଖାଇବାକୁ ପୁଣି ଥରେ ଯୋଜନା କରିଛନ୍ତି। ଏଥିରୁ କ୍ଷାନ୍ତ ରହନ୍ତୁ। ଲୋକଙ୍କୁ ଜୀବନ ସହ ନ ଖେଳିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର