ଭଣ୍ଡାରିପୋଖରୀରୁ ବି ଲଢିବେ ନିରଞ୍ଜନ

ଭୁବନେଶ୍ବର : ପ୍ରଦେଶ କେଂଗ୍ରସ ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀରୁ ମଧ୍ୟ ନିର୍ବାଚନ ଲଢିବେ। ଭଦ୍ରକରୁ ନଳିନୀକାନ୍ତ ମହାନ୍ତି ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ।

ଆଜି ଦୁଇଟି ପର୍ଯ୍ୟାୟରେ କେଂଗ୍ରସ ନିର୍ବାଚନ କମିଟି ଓଡ଼ିଶାର େଯଉଁ ୧୦ଟି ଆସନ ପାଇଁ ତାଲିକା େଘାଷଣା କରିଛନ୍ତି, ତାହା ସ୍ପଷ୍ଟ କରିଦେଇଛି େଯ କେବଳ ବିେଜଡି ମୁଖ୍ୟ ନବୀନ ପଟ୍ଟନାୟକ ନୁହେଁ, ରାଜ୍ୟ କେଂଗ୍ରସ ମୁଖିଆ ବି ଦୁଇ ଦୁଇଟି ଆସନରୁ ଲଢିବେ। ପୂର୍ବରୁ ସେ ଘଷିପୁରାରୁ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ସମ୍ଭବତଃ ଆସନ୍ତାକାଲି ଶ୍ରୀ ପଟ୍ଟନାୟକ ଭଣ୍ଡାରିପୋଖରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ।

ସେହିପରି ଯାଜପୁର ଜିଲ୍ଲା ବଡ଼ଚଣାରୁ ବରିଷ୍ଠ କଂଗ୍ରେସ େନତା ସୀତାକାନ୍ତ ମହାପାତ୍ରଙ୍କୁ ଟିେକଟ୍ ମିଳିଛି। ମୟୂରଭଂଜର ମୋରଡା ଆସନରୁ ପ୍ରଭାସ କର ମହାପାତ୍ର, ଧର୍ମଶାଳାରୁ ସ୍ମୃତିରେଖା ପହି (ପୂର୍ବରୁ ଟିକେଟ୍ ପାଇଥିଲେ)ଙ୍କ ସ୍ଥାନରେ କିଷାନ ପଣ୍ଡା, ସାଲେପୁରରୁ ରବୀନ୍ଦ୍ର ନାଥ କର, ମହାକାଳପଡାରୁ ବିଭ୍ରାଂଶୁ େଶଖର େଲଙ୍କାଙ୍କୁ ପ୍ରାର୍ଥୀ େଘାଷଣା କରାଯାଇଛି। ତିେର୍ତାଲରୁ ପ୍ରାର୍ଥୀ େହାଇଥିବା ପୂର୍ବତନ ସାଂସଦ ବିଭୁ ତରାଇ ଇତିମଧ୍ୟରେ ବିେଜପିରେ େଯାଗ େଦଇଛନ୍ତି। ଏହି ପରିପ୍ରେକ୍ଷୀରେ ଦଳ ସେଠାରେ ଦେବୀ ପ୍ରସାଦ ମଲ୍ଲିକଙ୍କୁ ଟିେକଟ୍ େଦଇଛି। େସହିପରି ବାଲିକୁଦା-ଏରସମା ଆସନ ସିପିଆଇକୁ ଯିବ େବାଲି ଯାହା କୁହାଯାଉଥିଲା, ସେପରି େହାଇନାହିଁ। କଂଗ୍ରେସରୁ ଲଲାଟେନ୍ଦୁ ମହାପାତ୍ର ସେହି ଆସନରୁ ଲଢିବେ। ସେହିଭଳି ନିମାପଡାରୁ କଂଗ୍ରେସ ସତ୍ୟବ୍ରତ ପାତ୍ରଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର