ଅବିଭକ୍ତ ବଲାଙ୍ଗୀରକୁ ୪୦ ବର୍ଷ ପରେ ଫେରିଲା ଅର୍ଥ ବିଭାଗ

Advertisment

୬୦ ବର୍ଷ ପରେ ଟିଟିଲାଗଡ଼କୁ କ୍ୟାବିନେଟ ପାହ୍ୟା

୬୦ ବର୍ଷ ପରେ ଟିଟିଲାଗଡ଼କୁ କ୍ୟାବିନେଟ ପାହ୍ୟା

ଅବିଭକ୍ତ ବଲାଙ୍ଗୀରକୁ ୪୦ ବର୍ଷ ପରେ ଫେରିଲା ଅର୍ଥ ବିଭାଗ

Deccan Chronicle

ଭୁବନେଶ୍ବର : ୨୦୧୯ ନିର୍ବାଚନ ଅନେକ ଦୃଷ୍ଟିରୁ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ଗୁରୁତ୍ବ ବହନ କରେ। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏହି କ୍ଷେତ୍ରରୁ ସର୍ବାଧିକ ୩ ଜଣ କ୍ୟାବିନେଟ ମନ୍ତ୍ରୀ ହେବାର ଗୋୖରବ ଅର୍ଜନ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ଯାକ ବିଧାନସଭା କ୍ଷେତ୍ରର ପ୍ରତିନିଧି ପଦ୍ମନାଭ ବେହେରା ଓ ନିରଞ୍ଜନ ପୂଜାରୀଙ୍କୁ କ୍ୟାବିନେଟ ବର୍ଥ ମିଳିଥିବା ବେଳେ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଅଧୀନସ୍ଥ ବଲାଙ୍ଗୀର ଜିଲ୍ଲାର ଅବଶିଷ୍ଟ ୫ଟି ଆସନ ମଧ୍ୟରୁ ଟିଟିଲାଗଡ଼ ଆସନରୁ ନିର୍ବାଚିତ ଟୁକୁନି ସାହୁଙ୍କୁ ମଧ୍ୟ କ୍ୟାବିନେଟ ପାହ୍ୟା ମିଳିଛି। ତେବେ ଉଲ୍ଲେଖନୀୟ ବିଷୟ ହେଲା, ମୋଟ ଉପରେ ଲଗାତାର ପଞ୍ଚମ ଥର ପାଇଁ ତଥା ସୋନପୁର ଆସନରୁ କ୍ରମାଗତ ତୃତୀୟ ଥର ପାଇଁ ଜିତିଥିବା ନିରଂଜନ ପୂଜାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ଅର୍ଥ ବିଭାଗର ଦାୟିତ୍ବ ମିଳିଛି। ତାଙ୍କୁ ଅର୍ଥ ଓ ଅବକାରୀ ବିଭାଗର ଦାୟିତ୍ବ ଦିଆଯାଇଛି। ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ସେ ତୃତୀୟ ବ୍ୟକ୍ତି ଭାବେ ଏହି ଦାୟିତ୍ବ ପାଇଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଲାରୁ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ୧୯୫୯ରେ ଏହି ଦାୟିତ୍ବ ମିଳିଥିଲା। ସ୍ବର୍ଗତ ହରେକୃଷ୍ଣ ମହତାବଙ୍କ ନେତୃତ୍ବାଧୀନ ମିଳିତ ମନ୍ତ୍ରିମଣ୍ଡଳରେ ସେଥର ସ୍ବର୍ଗତ ସିଂହଦେଓଙ୍କୁ ଅର୍ଥ, ଶିଳ୍ପ, ଖଣି, ଭୂତତ୍ତ୍ବ ଓ ଆଇନ ବିଭାଗର ଦାୟିତ୍ବ ନ୍ୟସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ୧୯୬୭ରୁ ୧୯୭୧ ସ୍ବର୍ଗତ ସିଂହଦେଓ ନିଜେ ସ୍ବତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀ ହେବା ସାଙ୍ଗକୁ ନିଜ ହାତରେ ଅର୍ଥ ବିଭାଗ ରଖିଥିଲେ। ସେଥର ସ୍ବର୍ଗତ ସିଂହଦେଓ ନିଜ ହାତରେ ଅର୍ଥ, ଗୃହ, ଯୋଜନା ଓ ସମନ୍ବୟ ତଥା ପର୍ଯ୍ୟଟନ ବିଭାଗ ରଖିଥିଲେ। ପ୍ରଥମ ଥର ତାଙ୍କ ଅର୍ଥମନ୍ତ୍ରିତ୍ବ ବେଳେ ସ୍ବର୍ଗତ ସିଂହଦେଓ ଟିଟିଲାଗଡ଼ରୁ ଗଣତନ୍ତ୍ର ପରିଷଦ ଦଳରୁ ବିଧାୟକ ହୋଇଥିବା ବେଳେ ଦ୍ବିତୀୟ ଥର ବଲାଙ୍ଗୀର ସଦର ଆସନର ସ୍ବତନ୍ତ୍ର ପାର୍ଟି ବିଧାୟକ ଭାବେ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ।

୧୯୭୭ ମସିହାରେ ନୀଳମଣି ରାଉତରାୟଙ୍କ ଜନତା ପାର୍ଟି ମନ୍ତ୍ରିମଣ୍ଡଳରେ ଲୋଇସିଂହାରୁ ଜିତି ଡା.ରାମପ୍ରସାଦ ମିଶ୍ର ବଲାଙ୍ଗୀର ଜିଲ୍ଲାର ଦ୍ବିତୀୟ ବ୍ୟକ୍ତି ଭାବେ ପ୍ରାୟ ଅଢ଼େଇ ବର୍ଷ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ଏହାର ପ୍ରାୟ ଚାରି ଦଶନ୍ଧି ପରେ ନିରଂଜନ ପୂଜାରୀଙ୍କ ରୂପ‌େର ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ପୁଣି ଜଣେ ଅର୍ଥମନ୍ତ୍ରୀ ପାଇଛି। କେବଳ ସେତିକି ନୁହେଁ, ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ନିରଂଜନଙ୍କୁ ବରିଷ୍ଠତା କ୍ରମରେ ଦ୍ବିତୀୟ ସ୍ଥାନ ମିଳିଛି।

ଅନ୍ୟ ପକ୍ଷରେ ଟୁକୁନି ସାହୁଙ୍କୁ ନେଇ ମଧ୍ୟ ବଲାଙ୍ଗୀର ରାଜନୀତିରେ କେତୋଟି ରେକର୍ଡ଼ ସୃଷ୍ଟି ହୋଇଛି। ବଲାଙ୍ଗୀର ଜିଲ୍ଲାର ପ୍ରଥମ ମହିଳା ମନ୍ତ୍ରୀ ହୋଇଛନ୍ତି ଟୁକୁନି। ତା’ଛଡ଼ା ୩୯ ବର୍ଷ ପରେ ଟିଟିଲାଗଡ଼ ବିଧାୟକୁଙ୍କୁ ମନ୍ତ୍ରୀପଦ ମିଳିଛି। ଖାଲି ସେତିକି ନୁହେଁ, ଟିଟିଲାଗଡ଼ର ବିଧାୟକ ଭାବେ କ୍ୟାବିନେଟ ମନ୍ତ୍ରୀ ହେବାରେ ରାଜେନ୍ଦ୍ର ନାରାୟଣ ସିଂହଦେଓ(୧୯୫୯)ଙ୍କ ପଛକୁ ଟୁକୁନି ହେଲେ ଦ୍ବିତୀୟ ପ୍ରତିନିଧି। ସୂଚନାଯୋଗ୍ୟ, ଟିଟିଲାଗଡ଼ରୁ ଲଗାତର ଚାରିଥର ବିଧାୟକ ହେବା ଭିତରେ ଯୋଗେନ୍ଦ୍ର ବେହେରାଙ୍କୁ ମନ୍ତ୍ରୀପଦ ମିଳିନଥିବା ବେଳେ ୨୦୧୪ରେ ଲୋଇସିଂହା ଆସନରୁ ଜିଣି ନବୀନଙ୍କ ଚତୁର୍ଥ ଇନିଂସରେ ସେ କ୍ୟାବିନେଟ ମନ୍ତ୍ରୀପଦ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe