ସୋନପୁରରେ ନିରଞ୍ଜନ ସବୁଠୁ ଧନୀ

ସୋନପୁର ନିର୍ବାଚନମଣ୍ଡଳୀରେ ନାମାଙ୍କନ ପତ୍ର ଦାଖଲ ସରିଛି। ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠରୁ ଜଣାପଡିଛି ଯେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ବିଜେଡିର ନିରଞ୍ଜନ ପୂଜାରୀ ଏବଂ ଗରିବ ପ୍ରାର୍ଥୀ ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ ଦେବେନ୍ଦ୍ରୀ ଭୁଏ। ଶ୍ରୀ ପୂଜାରୀଙ୍କ ପାଖରେ ନଗଦ ୯ ଲକ୍ଷ ୫୪ ହଜାର ୮୮୫ ଟଙ୍କା ଥିବାବେଳେ ତାଙ୍କ ପତ୍ନୀ ବୀଣାପାଣି ପୂଜାରୀଙ୍କ ପାଖରେ ୨ ଲକ୍ଷ ୬୪ ହଜାର ୫୨୩ ଟଙ୍କା ଅଛି। ଶ୍ରୀ ପୂଜାରୀଙ୍କର ଅସ୍ଥାବର ସମ୍ପତ୍ତି ୧ କୋଟି ୨୬ ଲକ୍ଷ ୧୨ ହଜାର ୧୦୬ ଟଙ୍କା ୪୪ ପଇସା ଏବଂ ପତ୍ନୀଙ୍କ ନାମରେ ୧ କୋଟି ୭ ଲକ୍ଷ ୪୧ ହଜାର ୭୨୭ ଟଙ୍କା ୪୪ ପଇସା ରହିଛି। ସେହିପରି ଶ୍ରୀ ପୂଜାରୀଙ୍କ ନାମରେ କୃଷି ଋଣ ଏବଂ କାର ଋଣ ବାବଦକୁ ୭ ଲକ୍ଷ ୨୧ ହଜାର ୧୨୬ ଟଙ୍କା ରହିଛି। ସ୍ଥାବର ସମ୍ପତ୍ତି ୧ କୋଟି ୧୭ ଲକ୍ଷ ୬୭ ହଜାର ୯୭୭ ଟଙ୍କା ଥିବା ବେଳେ ପତ୍ନୀଙ୍କ ନାମରେ ୪୬ ଲକ୍ଷ ୩ ହଜାର ୨୮୯ ଟଙ୍କା ରହିଛି।

ସମ୍ବନ୍ଧିତ ଖବର