ନିରଞ୍ଜନ ରଥ ‘ସମାଜ’ର ସଂପାଦକ

କଟକ : ‘ସମାଜ’ର ସଂପାଦକ ପଦରୁ କାନନ ଦାଶଙ୍କ ଅବ୍ୟାହତି ପରେ ‘ଲୋକ ସେବକ ମଣ୍ଡଳ’ ଓଡ଼ିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ ଗତ ମାର୍ଚ୍ଚ ୧୦ ତାରିଖରୁ ‘ସମାଜ’ର ସଂପାଦକ ଭାବେ ଦାୟିତ୍ବଗ୍ରହଣ କରିଛନ୍ତି। ପଣ୍ଡିତ ରଥ ପୂର୍ବରୁ ‘ସମାଜ’ର ମୁଦ୍ରାକର ତଥା ପ୍ରକାଶକ ଭାବେ କାର୍ଯ୍ୟ କରି ଆସୁଥିଲେ।

ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ପଣ୍ଡିତ ରଥ ସଂସ୍କୃତରେ ମଧ୍ୟ ପାଣ୍ଡିତ୍ୟ ହାସଲ କରିଛନ୍ତି। ୧୯୯୮ରୁ ସେ ଲୋକସେବକ ମଣ୍ଡଳ ସହ ସଂପୃକ୍ତ ରହି ଆସିଥିବା ବେଳେ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ସଂଗଠନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସୁଛନ୍ତି। କଟକ ଜିଲ୍ଲା ଆଠଗଡ଼ରେ ଜନ୍ମିତ ନିରଂଜନ ରଥ ‘ସମାଜ’ର ସଂପାଦକ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର