ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ପେଥାଇ’ ଜନିତ ବର୍ଷା ଦ୍ବାରା ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡିଶାର ପ୍ରାୟ ୧୭ଟି ଜିଲ୍ଲାରେ ଅମଳ ହୋଇଥିବା ଧାନ, କପା ଓ ପନିପରିବା ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି। କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ଆବଶ୍ୟକ କୃଷି ସହାୟତା ପ୍ରଦାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଏ ନେଇ ଏକ ବିବୃତିରେ କଂଗ୍ରେସ ନେତା ଶ୍ରୀ ପଟ୍ଟନାୟକ କହିଛନ୍ତିି, ପେଥାଇ ବାତ୍ୟା ସ˚ପର୍କରେ ଚାଷୀଙ୍କୁ ପୂର୍ବରୁ ସତର୍କ ରହିବା ପାଇଁ ସରକାର କେବଳ ସୂଚନା ଦେଇ ହାତବାନ୍ଧି ବସିଛନ୍ତି। ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ବହୁ ଚାଷୀ କ୍ଷେତରୁ ପାଚିଲା ଧାନ କାଟି ଆଣିବା ସମ୍ଭବପର ହୋଇନାହିଁ। ଯାହା ସ˚ଗ୍ରହ କରିଛନ୍ତି ଘୋଡାଇ ରଖିବା ଫଳରେ ଅମଳ ଧାନ ଗଜା ହେବାର ପରିସ୍ଥିତି ସୃଷ୍ଟି ହେଲାଣି। ଏପରି କି ଧାନ ରଙ୍ଗବିହୀନ ହୋଇଛି। ତେଣୁ ଏପରି ଧାନକ୍ରୟ କରିବା ବେଳେ ଏହା ଏଫ୍.ଏ.କ୍ୟୁ. ମାନଠାରୁ ଯଥେଷ୍ଟ କମ୍ ହେବ। ଫଳରେ ଚାଷୀ ଧାନ ବିକିବାରେ ଘୋର ଅସୁବିଧାର ସମ୍ମୁଖୀନ ହେବେ। ଅପରପକ୍ଷରେ ସରକାର ଯଦି ଏଫ୍.ଏ.କ୍ୟୁ. ମାନ ଯଥେଷ୍ଟ କୋହଳ କରିବା ସହିତ ଚାଷୀଙ୍କୁ କୃଷି ଇନ୍ପୁଟ୍ ସବ୍ସିଡି ଓ ଫସଲବୀମା କ୍ଷତିପୂରଣର ଅର୍ଥ ତୁରନ୍ତ ପ୍ରଦାନ ନକରନ୍ତି ଚାଷୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିବ। ପିସିସି ସଭାପତି କହିଛନ୍ତି, ବର୍ତମାନ ଚାଷୀ ମୁଣ୍ତରେ ଚଡକ। ଚାଷ ପାଇଁ ଚାଷୀ ଧାର ଉଧାର କରିଥିବା ଋଣ ବର୍ତମାନ ପରିଶୋଧ କରିବା କାଠିକର ପାଠ। ପାଚିଲା ଧାନ ପାଣିରେ ଭାସୁଛି। ପେଥାଇ ମାଡରେ ଚାଷୀର ବର୍ଷକର ପରିଶ୍ରମ ଧୋଇଯାଇଛି। ଏଭଳି ସ˚ଗିନ ପରିସ୍ଥିତିରେ ସରକାର କାଳବିଳମ୍ବ ନକରି ପେଥାଇ ଝଡ଼ ଦ୍ବାରା ଫସଲ କ୍ଷତିଗ୍ରସ୍ତ ଅ˚ଚଳର ଚାଷୀମାନଙ୍କ କ୍ଷୟକ୍ଷତିର ସଠିକ୍ ଆକଳନ ଓ ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ବିଭିନ୍ନ କୃଷି ସହାୟତା ଯୋଗାଇ ଦିଅନ୍ତୁ। କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକୁ ଜିଲ୍ଲା କିଷାନ କ˚ଗ୍ରେସର କର୍ମକର୍ତାମାନେ ଗସ୍ତ କରି କ୍ଷୟକ୍ଷତିର ଏକ ବିବରଣୀ ପ୍ରଦେଶ କ˚ଗ୍ରେସ ସଭାପତିଙ୍କୁ ତୁରନ୍ତ ଅବଗତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।