ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇଲେ ନିରଞ୍ଜନ ସେଠୀ

ଭୁବନେଶ୍ବର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟରତ ନିରଞ୍ଜନ ସେଠୀଙ୍କର ପଦୋନ୍ନତି ହୋଇଛି। ସେ ନିର୍ଦ୍ଦେଶକ(ବୈଷୟିକ) ପଦବିରେ କାର୍ଯ୍ୟ କରିବେ। ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଉତ୍ତରାଞ୍ଚଳ ଉପ ନିର୍ଦ୍ଦେଶକ(ସମ୍ବଲପୁର), ବିଭାଗର ସବୁ ଶାଖାରେ ଶାଖା ଅଧିକାରୀ ଭାବେ କାର୍ଯ୍ୟ କରି ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଗତ ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସୁପାରିସ୍‌ରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ମିଡିଆ ମ୍ୟାନେଜ୍‌ମେଣ୍ଟ୍‌ ଓ ସୋସିଆଲ୍‌ ମିଡିଆର ନୋଡାଲ୍‌ ଅଫିସର୍‌ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ ସେଠୀଙ୍କ ଦୀର୍ଘ ଦିନର ଅଭିଜ୍ଞତା ଓ ବିଭାଗୀୟ କାର୍ଯ୍ୟରେ ବୈଷୟିକ ଦକ୍ଷତାକୁ ଉପଲବ୍ଧି କରି ରାଜ୍ୟ ସରକାର ତାଙ୍କୁ ନିର୍ଦ୍ଦେଶକ((ବୈଷୟିକ) ଭାବେ ପଦୋନ୍ନତି ଦେଇଛନ୍ତି।

ସମ୍ବନ୍ଧିତ ଖବର