ପିସିସି ସଭାପତି ବଦଳିବେ ନାହିଁ; ନିରଞ୍ଜନଙ୍କ ହାତରେ ରହିବ ରାଜ୍ୟ କଂଗ୍ରେସର ମଙ୍ଗ

ନୂଆଦିଲ୍ଲୀ: ଓଡ଼ିଶା  ପିସିସି ସଭାପତି ବଦଳିବେ ନାହିଁ। ପୂର୍ବଭଳି ନିରଞ୍ଜନ ପଟ୍ଟନାୟକଙ୍କ  ହାତରେ କଂଗ୍ରେସର ମଙ୍ଗ  । ଏଆଇସିସି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଆଉ ଏହାସହ ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫାକୁ ମଧ୍ୟ ଅଗ୍ରାହ୍ୟ କରିଛି ଏଆଇସିସି । ପିସିସି ସଭାପତିଙ୍କ ସମେତ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଜ ପଦରେ ରହିବେ । ତେବେ ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ଗଠନ ହୋଇଥିବା ବିଭିନ୍ନ କମିଟିଗୁଡିକୁ ଭଙ୍ଗ କରିଛି ଏଆଇସିସି । ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏ ନେଇ ସୂଚନା ଦେଇଛନ୍ତି ଏଆଇସିସି ସାଧାରଣ ସଂପାଦକ କେସି  ଭେନୁଗୋପାଳ ।

ସମ୍ବନ୍ଧିତ ଖବର