ରାହୁଲଙ୍କ ସର୍ବନିମ୍ନ ନିଶ୍ଚିତ ରୋଜଗାର ଘୋଷଣାକୁ ସ୍ବାଗତ: ଗରିବଙ୍କ ମୁହଁରେ ହସ ଫୁଟାଇବା କ˚ଗ୍ରେସର ଲକ୍ଷ୍ୟ: ନିରଞ୍ଜନ

ଭୁବନେଶ୍ବର: କ˚ଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀ ଏକ ଐତିହାସିକ ଘୋଷଣା କରିଛନ୍ତି। କ˚ଗ୍ରେସ ଦଳ ୨୦୧୯ ନିର୍ବାଚନରେ କ୍ଷମତାକୁ ଆସିଲେ ଦେଶର ପ୍ରତ୍ୟେକ ଗରିବ ନାଗରିକଙ୍କୁ ସର୍ବନିମ୍ନ ନିଶ୍ଚିତ ରୋଜଗାର ଯୋଗାଇଦେବା ପାଇଁ ପ୍ରତିଜ୍ଞାବଦ୍ଧ। ଏହି ଘୋଷଣାକୁ ସ୍ବାଗତ କରିବା ସହିତ କୋଟି କୋଟି ଗରିବଙ୍କ ମୁହଁରେ ହସ ଫୁଟାଇବା ଏହାର ଲକ୍ଷ୍ୟ ବୋଲି ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତିି।

ଏକ ପ୍ରେସ୍‌ ବିବୃତି ଜରିଆରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ ଓ ସମାନୁପାତିକ ବିକାଶ ଦିଗରେ କ˚ଗ୍ରେସ ଦଳ ପ୍ରତିଶ୍ରୁତିବଦ୍ଧ। ଦଳ ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ ଓ ଖାଦ୍ୟ ସୁରକ୍ଷା ଭଳି କେତେକ ଗୁରୁତ୍ବପୂର୍ଣ୍ଣ ଅଧିନିୟମ ଆଣି ୨୦୦୪ରୁ ୨୦୧୪ ମଧ୍ୟରେ ୧୪ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଥିଲା। ଏବେ କ˚ଗ୍ରେସ ଦଳ ସର୍ବନିମ୍ନ ନିଶ୍ଚିତ ରୋଜଗାର ପ୍ରଦାନ ଲାଗି ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ଗରିବ ଲୋକଙ୍କ ଆକାଉଣ୍ଟରେ ନିର୍ଧାରିତ ସର୍ବନିମ୍ନ ରାଶି ପୈଠ କରାଯିବା ପାଇଁ ବ୍ୟବସ୍ଥା ହେବ, ଯେପରି ଦେଶରେ କେହି ଗରିବ, କ୍ଷୁଧାର୍ତ ବ୍ୟକ୍ତି ରହି‌େବ ନାହିଁ। ଏଭଳି ଐତିହାସିକ ପଦକ୍ଷେପ ଗରିବଙ୍କ ଜୀବନଶୈଳୀ ବଦଳାଇବାରେ ଏକ ନୂଆ ମୋଡ଼ ଆଣିପାରିବ। ଏହାକୁ ଲାଗୁ କରିବାରେ ଭାରତ ହେବ ସର୍ବପ୍ରଥମ ଦେଶ ବୋଲି ସେ ଉଲ୍ଲେଖ କରିଛନ୍ତିି। ସେ ଆହୁରି କହିଛନ୍ତି, ୨୦୦୫ରେ କ˚ଗ୍ରେସ ଦଳ ନରେଗା ଅଧିନିୟମ ଆଣିବା ବେଳେ ବିରୋଧୀ ଦଳ ଏହାକୁ ଘୋର ସମାଲୋଚନା କରିଥିଲେ। ଏହା ସତ୍ତ୍ବେ କ˚ଗ୍ରେସ ଦଳ ଏହାକୁ ଲାଗୁ କଲା। ଯେଉଁଠି ଇଚ୍ଛାଶକ୍ତି ଥାଏ, ସେଠାରେ ରାସ୍ତା ମିଳିଯାଏ ବୋଲି ଭାରତବର୍ଷ ପ୍ରମାଣ କଲା। ଏପରିକି ମିଳିତ ଜାତିସ˚ଘ ନରେଗାକୁ ବିଶ୍ବଦରବାରରେ ଦାରିଦ୍ର୍ୟ ଦୂରୀକରଣରେ ଅନ୍ୟତମ ସର୍ବଶ୍ରେଷ୍ଠ ଯୋଜନାର ସ୍ବୀକୃତି ଦେଲା। ମୋଦୀ ସରକାର ବିତ୍ତୀୟ ଆୟର ଉତ୍ସକୁ ଧନୀ, ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରୁଥିବା ବେଳେ କ˚ଗ୍ରେସ ଦଳ ଆୟର ଉତ୍ସକୁ ସମାନୁପାତିକ ବିକାଶ ଓ ବିତରଣ ଦିଗରେ ବାରମ୍ବାର ପ୍ରମାଣିତ କରିଆସିଛି। ୨୦୧୯ ସାଧାରଣ ନିର୍ବାଚନରେ କ˚ଗ୍ରେସ କ୍ଷମତାକୁ ଆସିଲେ ଏହି ଘୋଷଣାକୁ ପୂରଣ କରିବା ପାଇଁ କ˚ଗ୍ରେସ ଅଧ୍ୟକ୍ଷ ପ୍ରତିଶ୍ରୁତିବଦ୍ଧ। ଏହାର ସ୍ପଷ୍ଟ ରୂପରେଖ କ˚ଗ୍ରେସ ଇସ୍ତାହାରରେ ପ୍ରକାଶିତ କରାଯିବ ବୋଲି ପିସିସି ସଭାପତି କହିଛନ୍ତି।

ସମ୍ବନ୍ଧିତ ଖବର