ମଞ୍ଜୁରୀରୋଡ: ଭଣ୍ଡାରିପୋଖରୀ‌ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁରିଗାଁ, କଣ୍ଟି ଓ ଷଡଗାଁ ପଞ୍ଚାୟତର ବିଭିନ୍ନ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ରୋଡ ସୋ’ ଅନୁଷ୍ଠିତ ହୋଇଛି। ଦଳୀୟ କର୍ମୀମାନେ ନିରଞ୍ଜନ ପଟ୍ଟନାୟକଙ୍କ ରୋଡ ସୋ’ରେ ବାଇକ୍ ରାଲି କରି ବିଭିନ୍ନ ୱାର୍ଡରେ ଭୋଟଭିକ୍ଷା କରିଛନ୍ତି। ପ୍ରଥମେ ଭଣ୍ଡାରିପୋଖରୀ ଦଳୀୟ କାର୍ଯ୍ୟାଳୟ ରାଜୀବ ଭବନଠାରୁ ରୋଡ୍‌ ସୋ’ ଆରମ୍ଭ ହୋଇଥିଲା। ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଶ୍ରୀ ପଟ୍ଟନାୟକ ପଞ୍ଚାୟତ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ। ଘର ଘର ବୁଲି ଲୋକଙ୍କୁ ଭେଟି ସେମାନଙ୍କର ସମସ୍ୟା ପଚାରି ବୁଝିବା ସହିତ ଆଗାମୀ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ୍‌ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ।